ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ସୁଭଦ୍ରାର ଦ୍ଵିତୀୟ କିସ୍ତି ମିଳିବ ଏହି ଦିନ
କଟକ: କଟକରେ ପାଳିତ ହୋଇଛି ୭୬ତମ ସାଧାରଣତନ୍ତ୍ର ଦିବସ। କଟକରେ ବିଡାନାସୀ ମିନି ଷ୍ଟାଡିୟମରେ ଆଜି ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତା ମାର୍ଚ୍ଚ ୮ ତାରିଖରେ ମହିଳା ମାନଙ୍କୁ ସୁଭଦ୍ରାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ମହିଳାଙ୍କ ବିକାଶ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।ଏଥିରୁ କେହି ବାଦ୍ ପଡିବେ ନାହିଁ। ସର୍ଭେ ଚାଲିଛି, ଯୋଗ୍ୟ ହିତାଧିକାରୀ ମାନଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ।
Powered by Froala Editor