ବଗିଚାରୁ ଦନ୍ତାର ସନ୍ଦେହଜନକ ମୃତଦେହ ଠାବ
ବଡ଼ମ୍ବା: ନରସିଂହପୁର ପୂର୍ବ ରେଞ୍ଜ ରଙ୍ଗଡାବ ଗ୍ୟାସ ଅଫିସ ନିକଟରେ ଦନ୍ତାର ମୃତଦେହ ଜବତ ହୋଇଛି। ଗ୍ୟାସ ଅଫିସ ନିକଟରେ ଥିବା ଏକ ବଗିଚାରେ ଦନ୍ତାର ସନ୍ଦେହଜନକ ମୃତଦେହ ଠାବ ହୋଇଛି। ଏନେଇ ଏସିଏଫ ମନୋଜ ପାତ୍ର ସୂଚନା ଦେଇଛନ୍ତି। ହାତୀର ବୟସ ଆନୁମାନିକ ୧୦ ରୁ ୧୨ ବର୍ଷ ହେବ।ବର୍ତ୍ତମାନ ପର୍ୟ୍ୟନ୍ତ ହାତୀ ମୃତ୍ୟର କାରଣ ଜଣାପଡିନାହିଁ। ବିଦ୍ୟୁତ୍ ଆଘାତ ଲାଗି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Powered by Froala Editor