ଆଜିଠୁ ପୁଣିଥରେ ମରାମତି କାମ ଆରମ୍ଭ
ପୁରୀ : ଆଜିଠୁ ପୁଣି ଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ମକର ସଂକ୍ରାନ୍ତି, ପୁଷ୍ୟାଭିଶେକ ନୀତି ଏଭଳି କିଛି ନୀତି ଏବଂ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ ମରାମତି କାମକୁ ସ୍ଥଗିତ ରଖାଯାଇଥିଲା। ଆଜିଠୁ ପୁଣିଥରେ ମରାମତି କାମ ଆରମ୍ଭ ହେବ। ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ୟ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ ନିର୍ମାଣ ହେବ। ଗତ ୧୭ ତାରିଖରୁ ଏଏସ୍ଆଇ ଟିମ୍ଙ୍କ ତତ୍ତ୍ୱାବଧାନରେ କୁଶଳୀ କାରିଗରଙ୍କ ଦ୍ୱାରା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ୟ୍ୟ ଆରମ୍ଭ ହୋଇଥିଲା।
Powered by Froala Editor