ନୌସେନାକୁ ମିଳିଲା ୩ ଯୁଦ୍ଧଜାହଜ

ମୁମ୍ବାଇ: ବୁଧବାର ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ନୌସେନାକୁ ମିଳିଛି ୩ ଯୁଦ୍ଧଜାହଜ । ମୁମ୍ବାଇ ନାଭାଲ ଡକୟାର୍ଡରେ ବିଧ୍ବଂସକାରୀ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶିରକୁ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତୀୟ ନୌସେନା କ୍ଷେତ୍ରରେ ଶକ୍ତି ବୃଦ୍ଧି ସହିତ ଆତ୍ମନିର୍ଭର ଭାରତକୁ ବଳ ଦେବ ୩ଟି ଯୁଦ୍ଧଜାହଜ । ବିଶ୍ବ ଦେଖିବ ଭାରତର ଶକ୍ତି ସାମର୍ଥ୍ୟ । ଭାରତ ଏବେ ସାମୁଦ୍ରିକ, ସାମିରକି ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେବ । ଦେଶବାସୀଙ୍କୁ ୩ ଯୁଦ୍ଧତୋପ ସମର୍ପିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନୌସେନା ପାଇଁ ଆଜି ଐତିହାସିକ ଦିନ । ଆଜି ଭାରତ ବିସ୍ତାରବାଦୀ ନୁହେଁ ବିକାଶବାଦର ଭାବନାରେ କାମ କରେ । ଭାରତ ଏବେ ସାମୁଦ୍ରିକ, ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି । ନୌସେନାକୁ ସଶକ୍ତ କରିବାକୁ ବଡ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ଗୋଟିଏ ବିଧ୍ବଂସକ, ଗୋଟିଏ ଫ୍ରିଗେଟ ଓ ଗୋଟିଏ ସବମରିନ ଏକାସଙ୍ଗରେ ନୌସେନାରେ ମିଶିଛି । ୩ଟି ଯୁଦ୍ଧଜାହଜ ମେଡ ଇନ୍ ଇଣ୍ଡିଆ ଯାହା ଗୌରବର କଥା। ଆଜି ଭାରତ ବିଶ୍ବରେ ମାରିଟାଇମ ପାୱାର ହୋଇଛି । ପ୍ରଥମ ରେସ୍ପଣ୍ଡର ହୋଇଛି ଭାରତ । ଜଳ ହେଉ କି ସ୍ଥଳ ବା ହେଉ ଅନ୍ତରୀକ୍ଷ ସବୁ ସ୍ଥାନରେ ଭାରତ ସବୁଠି ତାର ଶକ୍ତି ସୁନିଶ୍ଚିନ୍ତ କରିଛି । ଗତ ୧୦ ବର୍ଷ ହେବ ଦେଶର ୩ ସେନା ଆତ୍ମନିର୍ଭରତାର ମନ୍ତ୍ରକୁ ଆପଣେଇଛନ୍ତି । ସଂଙ୍କଟ ସମୟରେ ଅନ୍ୟଦେଶକୁ ସହାୟତା ହାତ ବଢାଇଛନ୍ତି । ନେତୃତ୍ବ ନେଇଛନ୍ତି । ଏବେ ଭାରତୀୟ ନୌବୀରଙ୍କ ଆତ୍ମବିଶ୍ବାସ ବଢିଛି ।
Powered by Froala Editor