ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ୩ ଦିନ ହେଲା ଉପାସରେ ମହାପ୍ରଭୁ
ଭୁବନେଶ୍ବର: ୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ। ସୋମବାରଠାରୁ ବୁଧବାର ସକାଳ ସୁଦ୍ଧା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି। ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ପାଇଁ ବ୍ରାହ୍ମଣ ନିଯୋଗ ପକ୍ଷରୁ ଦାବି କରାଯାଇଛି। ଏପରିକି ବ୍ରାହ୍ମଣ ନିଯୋଗ ପକ୍ଷରୁ ଆଇନ ମନ୍ତ୍ରୀଙ୍କ ମଧ୍ୟ ହସ୍ତକ୍ଷେପ ଲୋଡାଯାଇଛି। ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦରୁ ସୋମବାର ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଛି। ତେବେ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯଦି ସେବାୟତ ନିଯୋଗଙ୍କ ସମସ୍ୟା ରହିଛି , ତେବେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଆଲୋଚନା ନ କରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍ ନୁହେଁ। ତେଣୁ ତର୍ଜମା ପରେ ଆବଶ୍ୟକ ପଡିଲେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
Powered by Froala Editor