ଉପାନ୍ତରୁ ଉପକୂଳ ସବୁଠି ବଢିବ ଶୀତ
ଭୁବନେଶ୍ଵର: ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ଶୀତ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୭ ତାରିଖ ପରଠାରୁ ତାପମାତ୍ରା କମିବା ସହ ଶୀତ ବଢିବ। ସ୍ଵାଭାବିକ ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ କମିବା ନେଇ ସୂଚନା ମିଳିଛି। ଆସନ୍ତା ଦୁଇ ପର୍ୟ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଅନ୍ୟପଟେ ୧୬ ତାରିଖ ଯାଏଁ ଘନ କୁହୁଡି ନେଇ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଶେଷ କରି ୩ ଜିଲ୍ଲା ଅଧିକ କୁହୁଡି ଦୃଶ୍ୟମାନ ହେବ। କଳାହାଣ୍ଡି , କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ସତର୍କ କରାଯାଇଛି। ଏସବୁ ଜିଲ୍ଲା ରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ କ୍ଷମତା।
Powered by Froala Editor