ଅନାସ୍ଥା ଭୋଟିଂ ବାତିଲ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଆଜି ଦିନ ସାଢେ଼ ୧୦ଟାରେ ଭୋଟିଂ ହେବାର ଥିଲା। ଏଥିପାଇଁ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ। କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ।
ଆଜି କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ସ୍ଵତନ୍ତ୍ର ଭୋଟିଂ ଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଘଟଣା ନାଟକୀୟ ମୋଡ଼ ନେଇଛି। ଅଜ୍ଞାତବାସରେ ଥିବା ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଜେଡି ନେତା ବିଶାଳ ଦାସଙ୍କୁ ରାତି ୨ଟାରୁ ଛତିଶଗଡ଼ର ମହାସମୁଦ ପୁଲିସ ଥାନାରେ ଅଟକ ରଖିଥିବା ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି ଖୋଦ୍ ଶ୍ରୀ ଦାସ ତାଙ୍କୁ ଅଟକ କରାଯାଇଥିବା ନେଇ କହୁଥିବା ବେଳେ ଗଣତନ୍ତ୍ରର ହତ୍ୟା କରାନଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
Powered by Froala Editor