ସମଲିଙ୍ଗୀ ବିବାହ ରାୟର ପୁନର୍ବିଚାର କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ
ଭାରତରେ ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ ଏବଂ ନିଷ୍ପତ୍ତିରେ କରାଯାଇଥିବା ବିଚାର ଆଇନ ଅନୁସାରେ ହୋଇଛି ଏବଂ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ଉଚିତ ହେବ ନାହିଁ।
ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ। ସେହି ସମୟରେ ସୁପ୍ରିମକୋର୍ଟ ରାୟରେ କହିଥିଲେ ଯେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ। ସର୍ବୋଚ୍ଚ ଅଦାଲତ ପୁରୁଣା କଥାକୁ ଦୋହରାଇବା ସହ ପୂର୍ବ ରାୟରେ କୌଣସି ତ୍ରୁଟି ନଥିବା କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ରେକର୍ଡରେ କୌଣସି ତ୍ରୁଟି ଦେଖାଯାଉନାହିଁ ଏବଂ ରାୟରେ ପ୍ରକାଶିତ ମତାମତ ଆଇନ ଅନୁଯାୟୀ ଏବଂ ଏଥିରେ କୌଣସି ହସ୍ତକ୍ଷେପ ଯଥାର୍ଥ ନୁହେଁ। ତା’ପରେ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ, ଭାରତର ମୁଖ୍ୟ ବିଚାରପତି ସଞ୍ଜୟ କିଶନ କାଉଲ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦେବା ପାଇଁ ସପକ୍ଷରେ ଥିଲେ। ସେ ଏହା ମଧ୍ୟ କହିଥିଲେ ଯେ LGBTQIA+ ଦମ୍ପତିଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ଭେଦଭାବ ବିରୋଧୀ ଆଇନ ପ୍ରଣୟନ କରିବା ଆବଶ୍ୟକ।
ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ବିଭି ନାଗରତ୍ନା, ଜଷ୍ଟିସ ପିଏସ୍ ନରସୀମା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଚ୍ୟାମ୍ବର ମଧ୍ୟରେ ରିଭ୍ୟୁ ପିଟିସନ ଗୁଡ଼ିକୁ ଯାଞ୍ଚ କରିଥିଲେ। ଏହାର ଓପନ କୋର୍ଟ ଶୁଣାଣିରେ ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ ରଖିଛନ୍ତି।
Powered by Froala Editor