ସଲମାନଙ୍କ ପାଇଁ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମିଳୁଥିବା ଧମକକୁ ଦେଖି ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଉଛି। ବାଲକୋନିରେ ବୁଲେଟ ପ୍ରୁଫ ଗ୍ଲାସ ଲଗାଯାଇଛି। କିଛି ବର୍ଷ ହେବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କ ପଛରେ ପଡ଼ିଛି। ତାଙ୍କୁ ହତ୍ୟା କରିବା ପାଇଁ ସେ ବିଭିନ୍ନ ପ୍ରକାରର ଉଦ୍ୟମ କରିସାରିଥିବା ବେଳେ ତାଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଇ ସାରିଛି। ଏପ୍ରିଲ ୨୦୨୪ରେ ବିଷ୍ଣୋଇ ଗ୍ୟାଙ୍ଗର କିଛି ଦୁର୍ବୃତ୍ତ ସଲମାନଙ୍କ ଘର ଉପରକୁ ଗୁଳି ଚଳାଇଥିବା ବେଳେ ଅଭିନେତାଙ୍କ ସୁରକ୍ଷା ବଢ଼ିଥିଲା। ଏବେ ଅଭିନେତା ଓ ତାଙ୍କ ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଘରର ବାଲକୋନିରେ ବୁଲେଟପ୍ରୁଫ ଗ୍ଲାସ ଲଗାଯାଉଥିବା ଜଣାଯାଇଛି।
ମଙ୍ଗଳବାର, ଜାନୁୟାରୀ ୭, ୨୦୨୫ ରେ, କେତେଜଣ କର୍ମଚାରୀ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟରେ କାମ କରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ। ସମସ୍ତେ କିପରି ସଲମାନଙ୍କ ସୁରକ୍ଷା ପାଇଁ ଘରର ବାଲକୋନୀରେ ବୁଲେଟ ପ୍ରୁଫ ଗ୍ଲାସ ଲଗାଉଥିବାର ଦେଖାଯାଏ।ବାଲକୋନି ସବୁ ପାର୍ଶ୍ୱରେ ନୀଳ ବୁଲେଟପ୍ରୁଫ ଗ୍ଲାସରେ ଆଚ୍ଛାଦିତ ହୋଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସିକନ୍ଦର ରଶ୍ମିକା ମନ୍ଦନାଙ୍କ ସହ ଶେଷ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଜାନୁଆରୀ ୧୦ରେ ଏହା ମୁମ୍ବାଇରେ ଆରମ୍ଭ ହେବ ବୋଲି ଜଣାଯାଇଛି। ସିକନ୍ଦର ଇଦ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
Powered by Froala Editor