ସ୍କାଏ ଫୋର୍ସ ଟ୍ରେଲର୍ ରିଲିଜ୍, ବାୟୁ ସେନା ଅଧିକାରୀ ଭାବେ ନଜର ଆସିବେ ଆକ୍ସନ ହିରୋ ଅକ୍ଷୟ
ରିଲିଜ୍ ହୋଇଛି ସ୍କାଏ ଫୋର୍ସ (SKY FORCE)ର ଟ୍ରେଲର୍। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଜାନୁୟାରୀ ୨୪ରେ ଅକ୍ଷୟଙ୍କର ଆକ୍ସନ୍ ଫିଲ୍ମ ‘ସ୍କାଏ ଫୋର୍ସ’ ରିଲିଜ୍ ହେବାକୁ ଯାଉଛି। ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହାର ଟ୍ରେଲରକୁ ଜାରି କରାଯାଇଛି। ଦୀର୍ଘ ଦିନର ବ୍ୟବଧାନ ପରେ ସେନା ୟୁନିଫର୍ମରେ ନଜର ଆସିବାକୁ ଯାଉଛନ୍ତି ଅକ୍ଷୟ କୁମାର। ଏହି ଟ୍ରେଲରରେ ଅକ୍ଷୟଙ୍କ ସହ ଅଭିନେତା ବୀର ପହାଡ଼ିଆଙ୍କୁ ଦମ୍ଦାର ଭୂମିକାରେ ଦେଖିବାକୁ ମିଳିଛି। ସେହିଭଳି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ ନିମ୍ରତ କୌର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
୧୯୬୫ ଯୁଦ୍ଧରେ କିପରି ପାକିସ୍ତାନ ସେନାକୁ ଧୂଳି ଚଟାଇଥିଲେ ଭାରତର ବାୟୁ ବୀର, ତାସହ ଫିଲ୍ମରେ ଅନେକ ରହସ୍ୟ ଓ ରୋମାଞ୍ଚ ଭରି ରହିଛି। ଭାରତ ଓ ପାକିସ୍ତାନ ଯୁଦ୍ଧରୁ ଏହି ଟ୍ରେଲର ଆରମ୍ଭ ହୋଇଛି। ପରେ ଅକ୍ଷୟ ଏହି ଯୁଦ୍ଧରେ ହଜିଯାଇଥିବା ତାଙ୍କ ସାଥୀ ବାୟୁସେନା ଅଧିକାରୀଙ୍କୁ ଖୋଜିବା ପାଇଁ ଏକ ମିଶନ ଆରମ୍ଭ କରିଛନ୍ତି, ଯାହାକୁ ନେଇ ଫିଲ୍ମର ପୂରା କାହାଣୀ ଗତି କରୁଛି।
Powered by Froala Editor