ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଅଧ୍ୟାପକ ଗିରଫ
![ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଅଧ୍ୟାପକ ଗିରଫ](https://odishanewslens.com/news_gallery/34590_1736194498.jpg)
ଜଣେ ୨୭ ବର୍ଷୀୟ ଅଧ୍ୟାପକ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଛନ୍ତି । ଅଧ୍ୟାପକ ଜଣକ ହେଲେ ଅମୀୟ ଭୂଷଣ ବାଗ୍ଯାଦବ । କଳାହାଣ୍ଡି ଜିଲ୍ଲାର କମ୍ପ୍ୟୁଟର ବିଭାଗର ଅଧ୍ୟାପକ ଅମୀୟ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମକୁ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଧ୍ୟାପକକୁ ଗିରଫ କରି ଡାକ୍ତରୀମାଇନା କରିଛି ।
କଲେଜ ନିକଟବର୍ତ୍ତୀ ଏକ କୋଠାରେ ଛାତ୍ରୀମାନେ ରହୁଥିବା ବେଳେ କେତେକ ଅଧ୍ୟାପକ ମଧ୍ୟ ରହି ଆସୁଥିଲେ । ବାଲେଶ୍ୱର ଜିଲ୍ଲାର ଜଣେ ୨ୟ ବର୍ଷର ଛାତ୍ରୀ ରବିବାର ଏକ ପାଠ ବୁଝିବାକୁ ଅଧ୍ୟାପକ ଅମୀୟଙ୍କ କୋଠରୀକୁ ଯାଇଥିଲା । ଏହିସମୟରେ ଅଧ୍ୟାପକ ଜଣଙ୍କ କଫି ଆଣି ଛାତ୍ରୀଙ୍କୁ ପିଇବାକୁ ଦେଇଥିଲେ । ଛାତ୍ରୀ ଜଣଙ୍କ କଫି ପିଇବାକୁ ମନା କରିବା ପରେ ଅଧ୍ୟାପକ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।
ଛାତ୍ରୀ ଜଣଙ୍କ ଉଦ୍ଧାର କରି ଚି+ାର କରିବାରୁ ପାଖ କୋଠାରୀରେ ଥିବା ଅନ୍ୟ ଛାତ୍ରୀ ଓ ଅଧ୍ୟାପକ ସହିତ ଘର ମାଲିକ ସେଠାରେ ପହଞ୍ଚିଥିଲେ । ସୋମବାର ଛାତ୍ରୀ ପରିବାର ସହିତ ଆସି ଟାଉନ ଥାନାରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲା । ପୁଲିସ ଅଧ୍ୟାପକକୁ ଗିରଫ କରିଛି ।
Powered by Froala Editor