୧୮ରେ କେନ୍ଦୁଝର ବନଖଣ୍ଡରେ ହେବ ପକ୍ଷୀ ଗଣନା
ଚଳିତ ମାସ ୧୮ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ପକ୍ଷୀ ଗଣନା । କେନ୍ଦୁଝର ବନଖଣ୍ଡର ସଦର ରେଞ୍ଜ, ଘଟଗାଁ, ବିଜେପି, ତେଲକୋଇ ଓ ଚମ୍ପୁଆ ରେଞ୍ଜ ଅଧୀନ ୨୧ଟି ବନ୍ଧ, ପୋଖରୀ ଓ ଆର୍ଦ୍ରଭୂମି ଚିହ୍ନଟ କରାଯାଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ୪୨ଟି ଟିମ୍ ଗଠନ କରାଯାଇଛି । ଆଗରୁ ୧୦ ତାରିଖରେ ଗଣନା ହେଉଥିବା ବେଳେ ଚିଲିକା ବାର୍ଡ ଫେଷ୍ଟିଭାଲ୍ ଯୋଗୁ ୧୮ ତାରିଖ ଗଣନା କରିବାକୁ ନିଷ୍ପତ୍ତି ହୋଇଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ସଦର ରେଞ୍ଜ ଅଧୀନ ୯ଟି ସ୍ଥାନ ନଳପଙ୍ଗା ଡ୍ୟାମ୍, ଟିକରପଡା ଡ୍ୟାମ୍, ଚାନ୍ଦିନୀ ପୋଖରୀ, କଡିପଶା ଡ୍ୟାମ୍, ଜଗଦଳା ଡ୍ୟାମ୍, ଧୂଳିଆବେଡା ଡ୍ୟାମ୍, କାନଝରୀ ଜଳଭଣ୍ଡାର, ବଡ଼ଶାସନ ପୋଖରୀ ଓ ସାପୁଆ ଡ୍ୟାମ ପ୍ରଭୃତି ଅଞ୍ଚଳରେ ପକ୍ଷୀ ଗଣନା କରାଯିବ । ଘଟଗାଁ ରେଞ୍ଜ ଅଧୀନରେ ୩ଟି ସ୍ଥାନ କାଳିମାଟି ଜଳଭଣ୍ଡାର, ମାନପୁର ଡ୍ୟାମ୍, କାଣ୍ଡସାର ଡ୍ୟାମ୍୍ରେ ପକ୍ଷୀ ଗଣନା ପାଇଁ କର୍ମଚାରୀ ନିୟୋଜନ କରାଯାଇଛି । ବିଜେପି ରେଞ୍ଜର ବଡ଼ଘାଗରା ଜଳଭଣ୍ଡାର ଓ ତେଲକୋଇ ରେଞ୍ଜ ଅଧୀନ ୫ଟି ସ୍ଥାନ ଖଜୁରିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଦଣ୍ଡାଧାର ଡ୍ୟାମ୍, ଖୁଣ୍ଟାପଡ଼ା ଡ୍ୟାମ୍, କାକୁଡିଆମ୍ବ ଡ୍ୟାମ୍ ଓ ସଲେଇକେନା ଡ୍ୟାମ୍ରେ ପକ୍ଷୀ ଗଣନା କରାଯିବ । ଚମ୍ପୁଆ ରେଞ୍ଜ ଅଧୀନ ଯୋଡା ସେକ୍ସନ୍ର ଟାଟା ଷ୍ଟିଲ ସିଲ୍ମେ ଡ୍ୟାମ୍ରେ ପକ୍ଷୀ ଗଣନା ହେବ । ପାଟଣା ବନାଞ୍ଚଳର ଖିରେଇଟାଙ୍ଗରୀ ବଡ଼ବନ୍ଧରେ ମଧ୍ୟ ପକ୍ଷୀ ଗଣନା କରାଯାଉଛି । ୨୧ଟି ସ୍ଥାନ ପାଇଁ ୨ଟି କରି ଟିମ୍ ଗଠନ କରାଯାଇଛି । ଏଥିପାଇଁ ଗଣନାକାରୀଙ୍କୁ ସବିଶେଷ ତାଲିମ୍ ଦିଆଯାଇଛି ।
Powered by Froala Editor