ଇନଷ୍ଟାଗ୍ରାମରେ ପରସ୍ପରକୁ 'ଅନଫଲୋ' କଲେ ଧନଶ୍ରୀ-ୟୁଜବେନ୍ଦ୍ର

ଅଭିନେତ୍ରୀ ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଦମ୍ପତି ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି। କିଛିଦିନ ତଳେ ଯୁଜବେନ୍ଦ୍ର ପତ୍ନୀ ଧନଶ୍ରୀ ବର୍ମାଙ୍କୁ ଛାଡ଼ପତ୍ର ଦେଉଥିବା ଖବର ଚର୍ଚ୍ଚାରେ ରହିଥିଲା। ହେଲେ ଏଥିରେ ମୋହର ବାଜି ନ ଥିଲେ। ଏବେ କିନ୍ତୁ ଯେଉଁ ନୂଆ ସୂଚନା ଆସିଛି ତାକୁ ଦେଖିଲେ ଏକଥା ଶତ ପ୍ରତିଶତ ସତ ବୋଲି ସ୍ପଷ୍ଟ ହେଉଛି। ଉଭୟ ଷ୍ଟାର ପରସ୍ପରକୁ ସୋସିଆଲ ମିଡିଆରେ ଅନ୍ଫଲୋ କରିଛନ୍ତି।
ଏହି ଚର୍ଚ୍ଚା ୨୦୨୨ରୁ ଆରମ୍ଭ ହେଲାଣି। ଧନଶ୍ରୀ ନିଜ ନାମରୁ ଚହଲ ଉପନାମ ହଟାଇବା ପରେ ଛାଡ଼ପତ୍ର ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୨୦ରେ ବେଶ ଧୁମ୍ଧାମ୍ରେ ଧନଶ୍ରୀଙ୍କୁ ବିବାହ କରିଥିଲେ ଚହଲ। ଉଭୟ ଏକାଠି ନୃତ୍ୟ ଭିଡିଓ ମଧ୍ୟ ଶେୟାର କରନ୍ତି। ଏବେ ଦେଖାଯାଇଛି ଯେ ଦମ୍ପତି ଇନଷ୍ଟାଗ୍ରାମରେ ପରସ୍ପରକୁ ଅନ୍ଫଲୋ କରିଛନ୍ତି। ଏପରିକି ଯୁଜବେନ୍ଦ୍ର ସୋସିଆଲ ମିଡିଆରେ ଥିବା ଧନଶ୍ରୀଙ୍କ ସହ ଫଟୋଗୁଡ଼ିକୁ ହଟାଇ ଦେଇଛନ୍ତି।
Powered by Froala Editor