ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ ଗୁଳିମାଡ଼
ବଇଣ୍ଡା: ଅନୁଗୁଳ ଜିଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ ଗୁଳିମାଡ଼ ହୋଇଛି। ଫଳରେ ଏହି ଗୁଳିମାଡ଼ରେ ୧୫ ବର୍ଷୀୟ ଭଉଣୀ ଏବଂ ୧୧ ବର୍ଷୀୟ ଭାଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଶୁକ୍ରବାର କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।
Powered by Froala Editor