ନୂଆ ଘର କିଣିଲେ ସାଉଥ୍ ସୁପରଷ୍ଟାର୍ ୟଶ

ପ୍ରସିଦ୍ଧ କେଜିଏଫ୍ ଷ୍ଟାର ୟଶ ୫ କୋଟି ଟଙ୍କାର ବିଳାଶପୂର୍ଣ୍ଣ ବଙ୍ଗଳା କିଣିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଏହି ଫଟୋଗୁଡ଼ିକ ୱାର୍ଲଡୱାଇଡ୍_ୟଶ_ଫାନ୍ସ ନାମକ ଏକ ଫ୍ୟାନ୍ ପେଜରେ ସେୟାର ହୋଇଛି ।
ସାମ୍ନାକୁ ଆସିଥିବା ଫଟୋଗୁଡିକରେ ତାଙ୍କ ପତ୍ନୀ ରାଧିକା ୟଶଙ୍କ ସହିତ ପୂଜା କରୁଛନ୍ତି। ତାଙ୍କ ସହିତ ୟଶଙ୍କ ବାପା-ମା ମଧ୍ୟ ନଜର ଆସିଛନ୍ତି । ଫଟୋରେ ୟଶ ଏବଂ ରାଧିକାଙ୍କ ଝିଅ ଆର୍ଯ୍ୟା ଏବଂ ପୁଅ ୟର୍ଥଭଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ୟଶଙ୍କ ନୂଆ ଘରର ଫଟୋ ତାଙ୍କ ଫ୍ୟାନମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଫଟୋଗୁଡ଼ିକୁ ଲାଇକ୍ କରିବା ସହିତ ଫ୍ୟାନ୍ସମାନେ ଅଭିନେତାଙ୍କୁ ତାଙ୍କ ନୂତନ ଘର ପାଇଁ ଅନେକ ଶୁଭେଚ୍ଛା ଜଣାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟଶ ପ୍ରାୟ ୫୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଏଥି ସହିତ ବାଙ୍ଗାଲୋରରେ ତାଙ୍କର ଆଉ ଚାରି କୋଟି ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା ଅଛି।
Powered by Froala Editor