ଟଙ୍କା ହେରଫେର ମାମଲାରେ ଫସିଲେ ଡିନୋ ମାରିଆ
ଟଙ୍କା ହେରଫେର ମାମଲାରେ ଫସିଛନ୍ତି ଅଭିନେତା ଡିନୋ ମାରିଆ । ତାଙ୍କ ବିରୋଧରେ ବ୍ୟାଙ୍କ ଠକେଇ ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ ଡିନୋଙ୍କ ସହିତ କ୍ରାଇମବ୍ରାଞ୍ଚ ତଦନ୍ତରେ କଂଗ୍ରେସର ସ୍ୱର୍ଗତ ନେତା ଅହମ୍ମଦ ପଟେଲଙ୍କ ପୁତୁରା, ସଞ୍ଜୟ ଖାନ୍ ଓ ଡିଜେ ଆକିଲଙ୍କ ସମ୍ପତ୍ତି ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ।
ଫେଡେରାଲ୍ ପ୍ରୋବ ଏଜେନ୍ସି କହିଛି ଯେ, ଏହି ଚାରି ଜଣଙ୍କ ସମ୍ପତ୍ତି ଜବତ କରିବା ପାଇଁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଚାରୋଟି ପୃଥକ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରାଯାଇଛି। ଯାହା ମୋଟ ୮.୭୯ କୋଟି ଟଙ୍କା।
ପ୍ରାୟ ୧୬,୦୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହା ଏକ ବଡ଼ ବ୍ୟାଙ୍କ ସ୍କାମ ବୋଲି ଇଡି ଅଭିଯୋଗ କରିଛି। ପିଏନବି ମାମଲାରେ ଜଡିତ ପରିମାଣ ପ୍ରାୟ ୧୩,୪୦୦ କୋଟି ଟଙ୍କା ହୋଇଛି।
Powered by Froala Editor