ଚେୟାର ପକାଇବାକୁ ନେଇ ଦୁଇ ମହିଳା ବିଜେଡି କର୍ମୀ ହାତାହାତି

ଶଙ୍ଖଭବନରେ ପ୍ରତିଷ୍ଠା ଦିବସ ଚାଲିଥିବା ବେଳେ ଦୁଇ ମହିଳା କର୍ମୀ ହାତାହାତି ହୋଇଛନ୍ତି। ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ନିଜ ଦଳର ଜଣେ ମହିଳା କର୍ମୀ ଚାପୁଡ଼ା ମାରିଥିବା ଜଣାପଡ଼ିଛି। ଏହି ସମୟରେ ଶହଶହ କର୍ମୀ ଉପସ୍ଥିତ ଥିଲେ। କୌଣସି କଥାକୁ ନେଇ ଜଣେ କର୍ମୀ ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାରିଥିଲେ। ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଏହି ଅପ୍ରୀତିକର ଘଟଣା ନେଇ ଚର୍ଚ୍ଚା ଜୋର ଧରିଛି।
ଗୁରୁବାର ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି। ଷ୍ଟେଜ୍ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଈପ୍ସିତା ଷ୍ଟେଜ୍ ସମ୍ମୁଖରେ କିଛି ଚେୟାର ପକାଉଥିଲେ । ଏହାକୁ ନେଇ କେତେକ ଜଣ ମହିଳା କର୍ମୀ ଆପତ୍ତି କରିଥିଲେ । ପରିସ୍ଥିତି ଏମିତି ହେଇଥିଲା ଯେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ହାତାହାତି ଯାଏ କଥା ପହଞ୍ଚିଥିଲା । ଈପ୍ସିତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଜଣକ ପୁରୀ ଜିଲାର ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଈପ୍ସିତା କିମ୍ବା ସମ୍ପୃକ୍ତ ମହିଳା କର୍ମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ଏହି ଘଟଣା ପୁଣି ବିଜେଡି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ନବୀନ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଥିବା ବେଳେ କର୍ମୀଙ୍କ ଏଭଳି ଆଚରଣ ବିଜେଡିକୁ ତଳକୁତଳକୁ ନେଉଥିବା ଚର୍ଚ୍ଚା ହେଉଛି।
Powered by Froala Editor