ବିଷ୍ଣୁପଦଙ୍କ ଘରୁ କାଗଜପତ୍ର ନେଇଗଲେ ସରକାରୀ ଅଧିକାରୀ
ଭୁବନେଶ୍ୱର: ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କ୍ ମାମଲାରେ ସିବିଆଇର ସମନ ସତ୍ତ୍ୱେ ଏ ପର୍ଯ୍ୟନ୍ତ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ ହାଜର ହୋଇନାହାନ୍ତି । ତେବେ ତାଙ୍କ ଘରେ ଏବେ ପହଞ୍ଚିଛନ୍ତି ସରକାରୀ ଅଧିକାରୀ । ବୁଧବାର କିଛି ସରକାରୀ ଅଧିକାରୀଙ୍କୁ ତାଙ୍କ ଘରେ ଦେଖିବାକୁ ମିଳିଛି । ସେମାନେ ଶ୍ରୀ ସେଠୀଙ୍କ ଘରୁ କିଛି କାଗଜପତ୍ର ନେଇଯାଉଥିବା ଦେଖିବାକୁ ମିଳିଛି ।
ସିବିଆଇ ସହ ଲୁଚକାଳି ଖେଳ ଖେଳୁଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିଲେ। ପ୍ରାୟ ସପ୍ତାହେ ହେବ ଏପରି ଲୁଚକାଳି ଖେଳ ଚାଲିଥିବା ବେଳେ ସିବିଆଇ ସମ୍ମୁଖରେ ହାଜର ହେଉନାହାନ୍ତି ଏହି ଆଇଏଏସ୍ ଅଧିକାରୀ।
ଆଜି ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବାକୁ ବିଷ୍ଣପଦ ସେଠୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ସେ ହାଜର ହୋଇନଥିବା ଜଣାପଡ଼ିଛି।
Powered by Froala Editor