ମଧୁପାଟଣା ଛକରେ ଜଳିଗଲା ‘ମୋ ବସ୍’

ଶନିବାର କଟକ ମଧୁପାଟଣା ଛକରେ ‘ମୋ ବସ୍’ରେ ର ଅଗ୍ନିକାଣ୍ଡ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଘଟଣ ସମୟରେ ବସ୍ରେ କେବଳ ଯାତ୍ରୀ ନଥିଲେ। କଟକରେ ମାତ୍ର ୬ ମାସ ଭିତରେ ମୋ ବସ୍ରେ ନିଆଁ ଲାଗିବା ଏହା ହେଉଛି ଦ୍ବିତୀୟ ଘଟଣା। ବସ୍ରେ କେତେ ଯାତ୍ରୀ ଥିଲେ ଜଣାପଡ଼ି ନାହିଁ।
ଶନିବାର ସନ୍ଧ୍ୟା ପ୍ରାୟ ୮ଟାରେ ବସ୍ଟି ଭୁବନେଶ୍ୱରରୁ କଟକ ଫେରୁଥିଲା। ମଧୁପାଟଣା ଛକରେ ପହଞ୍ଚିଲା ବେଳେ ନିଆଁ ଲାଗି ଯାଇଥିଲା। ଏହି ବସ୍ଟି ଡିଜେଲ୍ ଚାଳିତ ବସ୍ ବୋଲି ଜଣାପଡ଼ିଛି। ବସ୍ରେ ନିଆଁ ଲାଗୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ।
ସ୍ଥାନୀୟ ଲେକେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ ଏହା ପୂର୍ବରୁ ବସ୍ଟି ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ବସ୍ରେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ି ନାହିଁ।
Powered by Froala Editor