କୋହମେଟାଲା ଜଙ୍ଗଲରେ ବନ୍ଧୁକ କାରଖାନା ଠାବ
ମାଲକାନଗିିରି: ଜଙ୍ଗଲରୁ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ କରାଯାଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲା ସୋନପୁର କୋହମେଟାଲା ଜଙ୍ଗଲରେ ଏହି ବନ୍ଧୁକ କାରଖାନା ଠାବ କରାଯାଇଛି । ବିଏସଏଫ ଓ ଡିଆରଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହାକୁ ଠାବ କରାଯାଇଛି । ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
Powered by Froala Editor