ଭର୍ଚୁଆଲ୍ ମାଧ୍ୟମରେ ୧୫ଟି ଫାଷ୍ଟ ଟ୍ରାକ୍ କୋର୍ଟ ଉଦ୍ଘାଟିତ
ଭୁବନେଶ୍ୱର - ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ରାଜ୍ୟରେ ୧୫ଟି ସ୍ୱତନ୍ତ୍ର କୋର୍ଟ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି କୋର୍ଟଗୁଡ଼ିକୁ ପକ୍ସୋ ଆଇନ୍ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ମାମଲାଗୁଡ଼ିକର ବିଚାର କରିବେ । ଏହି ୧୫ଟି ଫାଷ୍ଟ ଟ୍ରାକ୍ କୋର୍ଟ କଟକ, ବାଲେଶ୍ୱର,ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରପଡ଼ା, ଖୋର୍ଦ୍ଧା,କୋରାପୁଟ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁରରେ କାର୍ଯ୍ୟ କରିବ ଏବଂ ଜଗତସିଂହପୁର ସିଭିଲ୍ ଜଜ୍ଙ୍କ ଅଧୀନରେ ଏରସମାଠାରେ ଜୁନିଅର ଡିଭିଜନ୍ ତଥା ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲାଯାଇଥିବାବେଳେ ଗଞ୍ଜାମ ସିଭିଲ୍ ଜଜ୍ଙ୍କ ଅଧୀନରେ ପୋଲସରାଠାରେ ଜୁନିଅର ଡିଭିଜନ୍ ତଥା ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲାଯିବ ।
ଏହି ଉଚ୍ଚସ୍ତରୀୟ ବୈଠକରେ ଉଚ୍ଚନ୍ୟାୟାଳୟର ଜଜ୍ ମାନ୍ୟବର ନ୍ୟାୟମୂର୍ତ୍ତି କୁମାରୀ ସଂଜୁ ପଣ୍ଡା,ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଏସ୍.କେ. ମିଶ୍ର, ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ସି.ଆର୍. ଦାସ, ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ବିଶ୍ୱଜିତ ମହାନ୍ତି, ମାନ୍ୟବର ନ୍ୟାୟମୂର୍ତ୍ତି ଡ. ବି.ଆର୍. ଷଡଙ୍ଗୀ, ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଏସ୍. ପୂଜାରୀ, ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ବିଶ୍ୱନାଥ ରଥ, ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଏସ୍.କେ. ସାହୁ,ମାନ୍ୟବର ନ୍ୟାୟମୂତ୍ତି ଶ୍ରୀ କେ. ଆର୍. ମହାପାତ୍ର, ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ବି.ପି. ରାଉତରାୟ ଏବଂ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଏସ୍.କେ. ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor