ବେଆଇନ କରତ କଳରୁ ୨ଲକ୍ଷ ଟଙ୍କାର କାଠ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବନାଞ୍ଚଳର ୨ଟି ସ୍ଥାନରେ ଚାଲିଥିବା ବେଆଇନ କରତ କଳ ଉପରେ ବନ ବିଭାଗ ଟାସ୍କ ଫୋର୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର କାଠ ଜବତ ହୋଇଛି। ଏହାସହ ଉଭୟ କରତ କଳ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଜି ସକାଳୁ ସକାଳୁ ଧାମନଗର ଏନଏସି ମୁଲଣା ସାହି ଠାରେ ବିନା ଲାଇସେନ୍ସରେ ଚାଲିଥିବା କରତ କଳ ଉପରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉବେଳେ ଉକ୍ତ ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛି ଭିଜିଲାନ୍ସ ୱିଙ୍ଗ। ଏହାସହ ପାଖାପାଖି ୩ ଲକ୍ଷ ଟଙ୍କାର ସିଫ୍ଟ କାଠ ଜବତ କରିଛି। ସେହିପରି ନିକଟ ହବିବନଗର ରେ ଚାଲିଥିବା କରତ କଳ ଉପରେ ମଧ୍ୟ ଚଢ଼ଉ ହୋଇଛି। ଏହି ବେଆଇନ ମିଲରୁ ୨ଲକ୍ଷ ଟଙ୍କାର କାଠ ଜବତ କରାଯାଇଛି। ଏବଂ ଦୁଇ କରତ କଳର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
Powered by Froala Editor