ସୁନ୍ଦରଗଡରେ କାୟା ବିସ୍ତାର କରିଛି କରୋନା

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ହଜାରେ ଟପିଯାଉଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ରେ କରୋନା ବେକାବୁ ହୋଇଯାଇଥିବା ପରିଲକ୍ଷିତ ହୋଇଛି । ଜିଲ୍ଲାରେ ଗୋଟିଏ ଦିନରେ ୩୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ବାହାରୁଛନ୍ତି । ଅପରପକ୍ଷରେ ପୁଣି ପ୍ରବାସୀମାନେ ଓଡ଼ିଶା ଫେରିବା ଆରମ୍ଭ କରିଥିବାବେଳେ ଗଞ୍ଜାମ ଉପରେ ସ୍ୱତନ୍ତ୍ର ନିଘା ରହିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩୩, ବାଲେଶ୍ୱରରେ ୧୭, ବରଗଡ଼ରେ ୫୯, ଭଦ୍ରକରେ ୩୦, ବଲାଙ୍ଗୀରରେ ୧୨, ବୌଦ୍ଧରେ ୨, କଟକରେ ୫୧, ଦେବଗଡ଼ରେ ୮, ଢେଙ୍କାନାଳରେ ୫, ଗଜପତିରେ ୮, ଗଞ୍ଜାମରେ ୨୦, ଜଗତସିଂହପୁରରେ ୯, ଯାଜପୁରରେ ୨୫, ଝାରସୁଗୁଡ଼ାରେ ୫୨, କଳାହାଣ୍ଡିରେ ୪୫, କନ୍ଧମାଳରେ ୩, କେନ୍ଦ୍ରାପଡ଼ାରେ ୪, କେନ୍ଦୁଝରରେ ୨୪, ଖୋର୍ଦ୍ଧାରେ ୧୯୩, କୋରାପୁଟରେ ୮, ମୟୂରଭଞ୍ଜରେ ୨୬, ନବରଙ୍ଗପୁରରେ ୨୦, ନୟାଗଡ଼ରେ ୧୩, ନୂଆପଡ଼ାରେ ୧୩୫, ପୁରୀରେ ୪୪, ରାୟଗଡ଼ାରେ ୪୭, ସମ୍ବଲପୁରରେ ୭୭, ସୋନପୁରରେ ୪, ସୁନ୍ଦରଗଡ଼ରେ ୩୫୫, ରାଜ୍ୟ ପୁଲରେ ୪୫ ଜଣ ଚିହ୍ନଟ ହୋଇଛନ୍ତି ।