ରହମାନଙ୍କ ପରେ ମୋହିନୀ, ବିବାହ ବିଚ୍ଛେଦ ପାଇଁ ଇନ୍ଷ୍ଟାଗ୍ରାମ୍ରେ ସେୟାର କଲେ ପୋଷ୍ଟ
ରହମାନ ଓ ତାଙ୍କ ପତ୍ନୀ ସାଇରାଙ୍କ ମଧ୍ୟରେ ବିଚ୍ଛେଦ ହୋଇଛି । ୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଦୀର୍ଘ ୨୯ ବର୍ଷର ନିକାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
ଏଆର୍ ରହମାନଙ୍କ ଛାଡପତ୍ର ଘୋଷଣା ପରେ ତାଙ୍କ ଟ୍ରୁପ୍ ର ଗୀତାରିଷ୍ଟ ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀ ହାର୍ଟଙ୍କ ଠାରୁ ଛାଡପତ୍ର ଘୋଷଣା କରିଛନ୍ତି। ମୋହିନୀ ଦେ ଏବଂ ହାର୍ଟ ଇନଷ୍ଟାଗ୍ରାମରେ ଏହି ସମ୍ପର୍କିତ ପୋଷ୍ଟ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଆମେ ଦୁହେଁ ଘୋଷଣା କରୁଛୁ ଯେ ଆମେ ଦୁହେଁ ଅଲଗା ହୋଇଯାଇଛୁ । ଯଦିଓ ଆମେ ବହୁତ ଭଲ ବନ୍ଧୁ କିନ୍ତୁ ଆମେ ଦୁହେଁ ସ୍ଥିର କଲୁ ଯେ ଆମେ ଜୀବନରେ ଭିନ୍ନ ଜିନିଷ ଚାହୁଁ ଏବଂ ଆଗକୁ ବଢିବା ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ପୃଥକତା ହେଉଛି ସର୍ବୋତ୍ତମ ଉପାୟ ।
Powered by Froala Editor