ମିଳିଲା ଅନୁମତି, ଜାନୁଆରୀ ୧୭ରେ ରିଲିଜ୍ ହେବ Emergency
ବହୁ ବାଦବିବାଦ ମଧ୍ୟରେ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ନୂଆ ରିଲିଜ୍ ଡେଟ୍ ମିଳିଯାଇଛି । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ କଙ୍ଗନା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ସେନ୍ସର ବୋର୍ଡରୁ ଫିଲ୍ମକୁ ସବୁଜ ସଙ୍କେତ ମିଳିଛି । ଏବେ ଆସନ୍ତା ବର୍ଷ ଜାନୁୟାରୀ ୧୭ରେ ଏହା ରିଲିଜ୍ ହେବ । ମାସକ ତଳେ ଏମର୍ଜେନ୍ସିକୁ ସେନସର ବୋର୍ଡ ଏକାଧିକ କଟ ପରେ ରିଲିଜ ପାଇଁ ଅନୁମତି ଦେଇଥିଲେ। ଏବେ ଏହାର ରିଲିଜ ତାରିଖ ସାର୍ବଜନୀନ ହୋଇଛି।
କଙ୍ଗନା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, 'ଜାନୁୟାରୀ ୧୭, ୨୦୨୫ । ଦେଶର ସବୁଠୁ ଶକ୍ତିଶାଳୀ ମହିଳାଙ୍କ ମହାକାବ୍ୟ ଗାଥା ଏବଂ ସେହି ମୁହୂର୍ତ୍ତ, ଯାହା ଭାରତର ଭାଗ୍ୟ ବଦଳାଇ ଦେଇଥିଲା । ଏମରଜେନ୍ସିରୁ ପରଦା ହଟିବ, କେବଳ ସିନେମାରେ' ।
୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରିକାଳୀନ ସ୍ଥିତି ଉପରେ ‘ଏମର୍ଜେନ୍ସି’ ଫିଲ୍ମ ପ୍ରସ୍ତୁତ ହୋଇଛି। କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।
କଙ୍ଗନାଙ୍କ ହୋମ୍ ପ୍ରଡକ୍ସନ 'ମଣିକର୍ଣ୍ଣିକା ଫିଲ୍ମସ' ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଅଭିନେତ୍ରୀ ନିଜେ ହିଁ ଦେଇଛନ୍ତି । ଏମରଜେନ୍ସି ପ୍ରଥମେ ୨୦୨୪ ଜୁନ୍ ୧୪ରେ ରିଲିଜ୍ ହେବାର ଥିଲା । କିନ୍ତୁ କଙ୍ଗନାଙ୍କ ରାଜନୈତିକ ପ୍ରଚାର ଯୋଗୁ ଏହାକୁ ଟାଳିବାକୁ ପଡ଼ିଥିଲା । ପୁଣି ଏହାର ରିଲିଜ୍ ତାରିଖ ସେପ୍ଟେମ୍ବର ୬କୁ ସ୍ଥିର ହୋଇଥିଲା, ହେଲେ ଫିଲ୍ମକୁ ନେଇ ଉଠିଥିବା ଅନେକ ଆପତ୍ତି ଏହାର ପ୍ରୋଜେକ୍ସନ ଉପରେ ଗ୍ରହଣ ଲଗାଇ ଦେଇଥିଲା ।ଅଭିଯୋଗ ବଢ଼ିବାରୁ ସେନସନ ବୋର୍ଡ ଫିଲ୍ମର ରିଭ୍ୟୁ କରିବା ସହ ୧୩ଟି ଦୃଶ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ U/A ସାର୍ଟିଫିକେଟ ଦ୍ୱାରା ଫିଲ୍ମକୁ ରିଲିଜ ପାଇଁ ଅନୁମତି ମିଳିଥିଲା।
Powered by Froala Editor