'ରାଣ୍ଡୀପୁଅ ଅନନ୍ତା'କୁ ନେଇ ବ୍ରିଭାନ୍ତିକର ମନ୍ତବ୍ୟ, କ୍ଷମା ମାଗିଲେ ମନୋଜ
ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ 'ରାଣ୍ଡୀପୁଅ ଅନନ୍ତା'କୁ ନେଇ ବ୍ରିଭାନ୍ତିକର ମନ୍ତବ୍ୟ ଦେବା ପରେ ଭୁଲ ମାଗିଲେ ଓଲିଉଡ୍ ଅଭିନେତା ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି ମନୋଜ। ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ ।
ମନୋଜ ମିଶ୍ର କହିଛନ୍ତି, ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ। ବ୍ୟାସକବି ଫକୀର ମୋହନ ସେନାପତିଙ୍କ କୌଣସି ଲେଖାକୁ ପ୍ରଶ୍ନ କରିବାର ଧୃଷ୍ଟତା ମୋର ନାହିଁ । ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ଯେତିକି ସାହିତ୍ୟରେ ଜ୍ଞାନ ରହିବା କଥା । ମୋର ତାଠୁ ବି କମ୍ ଜ୍ଞାନ ରହିଛି । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ । ମୁଁ ହାତ ଯୋଡ଼ି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି ବୋଲି ମନୋଜ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ, ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା। ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ ଆମେ କୋର୍ଟକୁ ଯିବୁ ବୋଲି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଥିଲେ।
Powered by Froala Editor