ଆମେରିକାରେ ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ଅଟକ
ଆମେରିକାରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ଧରାପଡ଼ିଛି । ଅନମୋଲକୁ କାଲିଫର୍ଣ୍ଣିଆରେ ଅଟକ ରଖାଯାଇଛି । ଗତ ମାସରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ମୁମ୍ବାଇ ପୋଲିସର କ୍ରାଇମ ଶାଖା ଅନମୋଲଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବାର କିଛି ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ମିଳିଥିବା ଏକ ସୂତ୍ର ମୁତାବକ, ଅନମୋଲ ନିଜ ଦେଶରେ ରହିଥିବା ନେଇ କିଛି ସମୟ ପୂର୍ବରୁ ଆମେରିକୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ଏହାପରେ ମୁମ୍ବାଇ ପୋଲିସ ଅନମୋଲକୁ ପ୍ରତ୍ୟର୍ପଣ ପାଇଁ ଏକ ପ୍ରସ୍ତାବ ଦେଇଥିଲା । ଏହାର କିଛି ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ ଯେ, ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା ଓ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ ସମେତ ଅନେକ ହାଇ-ପ୍ରୋଫାଇଲ ଅପରାଧରେ ଅନମୋଲ ଅଭିଯୁକ୍ତ ରହିଛି ।
ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ପଞ୍ଜୀକୃତ ହୋଇଥିବା ଦୁଇଟି ମାମଲା ବ୍ୟତୀତ ଅନମୋଲଙ୍କ ବିରୋଧରେ ୧୮ଟି ଆପରାଧିକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ନିକଟରେ, ଏନଏମଓ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା, ଯାହା ଅନମୋଲ ଗିରଫ କରିବାରେ ସାହାଯ୍ୟ କରିଥିଲା।
Powered by Froala Editor