ଆମ୍ବୁଲାନ୍ସ ରାସ୍ତା ଛାଡ଼ିଲେନି, ଅଢ଼େଇ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲେ ସରକାର
ରାସ୍ତାରେ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବାରୁ ଏକ କାର୍ ଉପରେ କେରଳ ସରକାର ଅଢେଇ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। କେରଳର ଚଲାକୁଡିରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିଲେ କାର ଚାଳକ। ଆମ୍ବୁଲାନ୍ସରେ ବସିଥିବା ପାରାମେଡିକାଲ ଷ୍ଟାଫ ଏହି ସମୟର ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଂକୀର୍ଣ୍ଣ, ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା। ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଆଦୌ ଭୃକ୍ଷେପ କରୁନଥିଲେ। ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁଲାନ୍ସର ଆଗେ ଆଗେ ଯାଇଥିଲେ। ଶେଷରେ ଡାହାଣପଟେ ସାମାନ୍ୟ ଫାଙ୍କା ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ ଏହାକୁ ଓଭର-ଟେକ୍ କରିଥିଲେ। ଏଭଳି ଏକ ଦୁର୍ଭାଗ୍ୟ ଜଣକ ଘଟଣାରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।
ଏଭଳି ଉଦାହରଣ ମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ଜରିମାନା ଧରାଇଛନ୍ତି।
Powered by Froala Editor