ଓଡ଼ିଶା ପୁରୁଷ ହକି ଦଳର ରେକର୍ଡ : ହରିୟାଣାକୁ ହରାଇ ରଚିଲା ଇତିହାସ
ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ହକି ଦଳ ଇତିହାସ ରଚିଛି। ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍ରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଏହାସହିତ ଜାତୀୟ ଚାମ୍ପିୟନଶିପ୍ରେ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ଟ୍ରଫି ହାସଲ କରିବାରେ ସମର୍ଥ ହୋଇଛି। ଏଥି ସହିତ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶାର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଫାଇନାଲ ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ଲାକ୍ରା ସିଲାନନ୍ଦ ସର୍ବାଧିକ ୩ଟି ଗୋଲ୍ କରିଥିବା ବେଳେ ରଜକ ଆକାଶ ତିର୍କୀ ଓ ଲାକ୍ରା ପ୍ରତାପ ଗୋଟିଏ ଲେଖାଏଁ ଗୋଲ କରିଛନ୍ତି। ହରିୟାଣା ପକ୍ଷରୁ ଏକମାତ୍ର ଗୋଲ ଜୋଗିନ୍ଦର ସିଂହ ଦେଇଥିଲେ। ହରିୟାଣା ଦଳ ପକ୍ଷରୁ ୪ର୍ଥ କ୍ବାର୍ଟରରେ ଜୋଗିନ୍ଦର ସିଂହ ଗୋଲ ଦେଇ କମ୍ବ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ହରିୟାଣା ଦଳକୁ ଶେଷରେ ୫-୧ରେ ପରାସ୍ତ ହେବାକୁ ପଡ଼ିଛି।
ପୂର୍ବରୁ ଦଳ ୨୦୦୬ରେ ତୃତୀୟ ସ୍ଥାନ ହାସଲ କରିଥିଲା। ୨୦୧୧ ପରଠାରୁ ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍ ଆୟୋଜନ କରୁଥିବା ବେଳେ ପଞ୍ଜାବ ଓ ରେଲଓ୍ବେଜ୍ ସଫଳ ଦଳ ଭାବରେ ୪ ଥର ଲେଖାଏ ଟାଇଟଲ ହାସଲ କରିଛନ୍ତି।
Powered by Froala Editor