ଫେବ୍ରୁଆରି ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ୍ ପରୀକ୍ଷା
ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। ୨୭ରେ ଗଣିତ ଓ ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।
ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ। ସେହିଦିନ ପରୀକ୍ଷା ସରିବ ୧୧ଟା ୪୫ରେ।
ସୂଚନାଯୋଗ୍ୟ ମାଟ୍ରିକ୍ ପରୀକ୍ଷା-୨୦୨୫ ପାଇଁ ଏବେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଫର୍ମଫିଲପ୍ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଆଗାମୀ ୧୮ ତାରିଖ ଯାଏଁ ଜାରି ରହିବ। ଏହି ପ୍ରକ୍ରିୟା ଶେଷ ହେଲା ପରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ସମୁଦାୟ କେତେଜଣ ଛାତ୍ରଛାତ୍ରୀ ସାମିଲ ହେବେ, ସେନେଇ ବିସ୍ତୃତ ବିବରଣୀ ଜଣାପଡ଼ିବ।
Powered by Froala Editor