ଲାଞ୍ଚ ନେବାବେଳେ ଆରଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
ଭୁବନେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆରଆଇ। ଭଦ୍ରକ ଜିଲା ତିହିଡ଼ି ତହସିଲ ଅନ୍ତର୍ଗତ ଗଦି ରାଜସ୍ଵ ମଣ୍ଡଳର ରାଜସ୍ୱ ନିରୀକ୍ଷକ ଭାଗବତ ଖଟୁଆ ୫ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜମିର କିସମ ପରିବର୍ତ୍ତନ କରିବା ନେଇ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଭାଗବତ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଆଜି ସେହି ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବ ଯୋଜନା ମୁତାବକ ମାଡ଼ି ବସିଥିଲା ଭିଜିଲାନ୍ସ। ଆରଆଇ ଭାଗବତ ଖଟୁଆଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବାସହ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଏକାଧିକ ଠିକଣାରେ ଭିଜିଲାନ୍ସ ଚଢାଉ କରିଛି।
Powered by Froala Editor