Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ...

  • ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ...

  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ...

  • ଏପରି ନିଅନ୍ତୁ ନିଜର ଯତ୍ନ

  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ...

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ...

  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ...

  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ ...

  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ...

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

Home ›› ››କ୍ୟାବିନେଟ୍: ୮ ପ୍ରସ୍ତାବ ଉପରେ ବାଜିଲା ମୋହର

କ୍ୟାବିନେଟ୍: ୮ ପ୍ରସ୍ତାବ ଉପରେ ବାଜିଲା ମୋହର

2024-11-14 07:14:19
15231
Share:
Facebook
Twitter
E-Mail
WhatsApp
Telegram
କ୍ୟାବିନେଟ୍: ୮ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର : ସରକାରୀ ଚାକିରି ପାଇଁ ହେଉଥିବା ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଆଣିବା ସକାଶେ ରାଜ୍ୟ ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ-୨୦୨୪ ଆଣିବେ। ଆଗାମୀ ବିଧାନସଭା ଅଧିବେଶନ କାଳରେ ଏହା ଆଗତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଥିସମେତ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫ଟି, ସାଧାରଣ ପ୍ରଶାସନ ବିଭାଗ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଥିବା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରାଣୀସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କୁକୁଟ୍ଟ ଉପଯୋଜନା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅନ୍ତର୍ଗତ ଭିତ୍ତିଭୂମି ବିକାଶ ପାଇଁ ୬୯୬.୨୧କୋଟି ଟଙ୍କା ଖର୍ଚ୍ଚ, ଗୋମାତା ଯୋଜନା, କୁକୁଟ୍ଟ ଉନ୍ନୟନ ଉପଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମକୁ କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଶ୍ରୀ ଆହୁଜା କହିଛନ୍ତି।
ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ-୨୦୨୪ ବଳରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଅଭିଯୁକ୍ତଙ୍କୁ ୩ରୁ ୫ବର୍ଷ କାରାଦଣ୍ଡ ସହିତ ୧୦ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ। ସେବା ପ୍ରଦାନକାରୀ ସଂସ୍ଥାକୁ ମଧ୍ୟ ଏକ କୋଟି ପର୍ଯ୍ୟନ୍ତ ଟଙ୍କା ଜୋରିମାନା ସହ ଦଣ୍ଡିତ କରାଯିବା ନେଇ ନୂଆ ଆଇନରେ ପ୍ରାବଧାନ ରହିଛି। ସେବା ପ୍ରଦାନକାରୀ ସଂସ୍ଥାଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ। ଜୋରିମାନା ପୈଠରେ ବିଫଳ ହେଲେ ଭାରତୀୟ ନ୍ୟାୟ ସଂହିତା-୨୦୨୩ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡିଥିବା ପଦ ପାଇଁ ହେଉଥିବା ନିଯୁକ୍ତି ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ଏଭଳି ବ୍ୟବସ୍ଥା ଥିବା ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪କୁ କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି), ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ(ଓଏସଏସସି), ଓଡ଼ିଶା ଅଧସ୍ତନ କର୍ମଚାରୀ ମନୋନୟନ ଆୟୋଗ(ଓଏସଏସଏସସି), ସେବା ମନୋନୟନ ବୋର୍ଡ(ସର୍ଭିସ ସିଲେକ୍ସନ ବୋର୍ଡ), ଓଡ଼ିଶା ପୁଲିସ ସିଲେକ୍ସନ ବୋର୍ଡ, ଓଡ଼ିଶା ଶିକ୍ଷା(ରାଜ୍ୟ ପାଇଁ ସିଲେକ୍ସନ ବୋର୍ଡ) ରୁଲସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ମନୋନୟନ କମିଟି/ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସି ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ନିଯୁକ୍ତି ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି। ‘ଓଡ଼ିଶା ପବ୍ଲିକ ଏକ୍ସଜାମିନେସନ (ପ୍ରିଭେନ୍ସନ୍ ଅଫ ଅନଫେୟାର ମିନସ) ଆକ୍ଟ-୨୦୨୪’ କାର୍ଯ୍ୟକାରୀ ହେଲେ ସରକାରୀ ଚାକିରି ପାଇଁ ମନୋନୟନ ପରୀକ୍ଷାରେ ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସଂକ୍ରାନ୍ତ ସୂଚନା ପ୍ରଘଟ, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ଲୋକଙ୍କ ପ୍ରବେଶ ନିଷେଧ ତଥା ବ୍ୟାଘାତ ସୃଷ୍ଟିକୁ ରୋକାଯିବା ସହ ପରୀକ୍ଷାର ଅଖଣ୍ଡତା ବଜାୟ ରଖିବା ପାଇଁ ଏହି ବିଲ୍ ଅଣାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

‘ଗୋମାତା ଯୋଜନା’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ଯୋଜନାରେ ଗୋରୁଙ୍କଠାରେ ଦେଖାଦେଉଥିବା ବିଭିନ୍ନ ରୋଗ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଥିପାଇଁ ସରକାର ୩ବର୍ଷରେ ପ୍ରାୟ ୩୪୨କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଶ୍ରୀ ଆହୁଜା କହିଥିଲେ।
ପ୍ରାଣୀସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କୁକୁଟ୍ଟ ଉନ୍ନୟନ ଉପଯୋଜନାରେ ୫ବର୍ଷରେ ସରକାର ମୋଟ ୧୦୩୧.୧୯କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ୩,୭୩,୯୨୮ଜଣ ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇପାରିବେ। ଏଥିସହିତ ବର୍ଷକୁ ୯୫.୫୮ ମେଟ୍ରିକ ଟନ କୁକୁଡା ମାଂସ ଓ ୫.୫ଲକ୍ଷ ଅଣ୍ଡା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟ ଓ ପଶୁପାଳନ ବିଭାଗର ଭିତ୍ତିଭୂମି ବିକାଶ, ଅଫିସ ଗୃହ ନିର୍ମାଣ, ରକ୍ଷଣାବେକ୍ଷଣ ଓ ମରାମତି ବାବଦରେ ୩ବର୍ଷରେ ୬୯୬, ୨୧କୋଟି ଟଙ୍କା ଖର୍ଚ୍ଚ କରାଯିବ। ଉକ୍ତ ଅର୍ଥରେ ଆଗାମୀ ୩ବର୍ଷରେ ବିଭାଗ ପକ୍ଷରୁ ମୋଟ ୬୧୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ୩୧ଟି ମାଛ ବଜାର, ୫୮ଟି ମାଛ ବନ୍ଦର/ମାଛ ଅବତରଣ କେନ୍ଦ୍ର ଓ ଜେଟି ନିର୍ମାଣ, ୧୪୨ଟି ମାଛ ଫାର୍ମ, ୨୬୬ଟି ଅଫିସ ଗୃହ ଓ ୧୧୨ଟି ସ୍ଥାନରେ ଭିତ୍ତିଭୂମି ବିକାଶ କରାଯିବ।
ସେହିପରି ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ରେ ଆସନ୍ତା ୫ବର୍ଷରେ ୬,୬୭,୫୦୦ ମତ୍ସ୍ୟଜୀବୀ ଓ ୭,୩୨,୫୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହିତ ପ୍ରାୟ ୧୪ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ଏହି ଯୋଜନାରେ ସରକାର ମୋଟ ୨୨୩୯କୋଟି ଟଙ୍କା ଖର୍ଚ୍ଚ କରିବେ। ସେଥିରୁ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା, ଯାଆଁଳ ଉତ୍ପାଦନ, ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ସକାଶେ ପ୍ରୋତ୍ସାହନ,ମତ୍ସ୍ୟ ସମବାୟ ସମିତିଗୁଡିକର ପୁନଃକାର୍ଯ୍ୟକ୍ଷମ, ଖାର ଜଳରେ ନୂତନ ଟାଙ୍କି ଖନନ ସମେତ ୧୭ଟି ଉପଯୋଜନା ଅନ୍ତର୍ଭୁକ୍ତ ରହିଛି। ନୂତନ ଜଳସେଚନ ଭିତ୍ତିଭୂମି ସ୍ଥାପନ ମାଧ୍ୟମରେ ଜଳସେଚନ ସୁବିଧା ପାଇଁ ସର୍ଭେ ଓ ଅନୁସନ୍ଧାନ, ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ନିର୍ଦିଷ୍ଟ ସମୟ ଅବଧି ମଧ୍ୟରେ ଶେଷ କରିବା ଲକ୍ଷ୍ୟରେ ସରକାର ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ କରିବେ। ଏହି ଯୋଜନାରେ ଆସନ୍ତା ୫ବର୍ଷରେ ମୋଟ ୯୬୫୨.୨୪କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ଦ୍ବାରା ୬୪୩୫ହେକ୍ଟର ସେଚାଞ୍ଚଳର ସୁଦୃଢ଼ କରାଯିବା ସହିତ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି।

Powered by Froala Editor

Tags Cabinet

Related articles Odisha News Lens 4.1

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...
    ଦେଶ-ଦେଶାନ୍ତର

    ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...

    15449
    Apr 30, 2026
  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ
    ଦେଶ-ଦେଶାନ୍ତର

    କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14428
    Apr 30, 2026
  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ
    ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15416
    Apr 30, 2026
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ
    ଦେଶ-ଦେଶାନ୍ତର

    ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

    13471
    May 01, 2026
  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...

    15546
    Apr 30, 2026
  •  ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!
    ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15155
    May 01, 2026
  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି

    14300
    May 01, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15616
    Apr 30, 2026
  • ଏପରି ନିଅନ୍ତୁ ନିଜର ଯତ୍ନ
    ବିଶେଷ

    ଏପରି ନିଅନ୍ତୁ ନିଜର ଯତ୍ନ

    13623
    May 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏପରି ନିଅନ୍ତୁ ନିଜର ଯତ୍ନ

    13623
    May 01, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ଅବଦୁଲ୍ଲା

    15546
    Apr 30, 2026
  • ଦେଶ-ଦେଶାନ୍ତର

    ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି

    14300
    May 01, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17448
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17500
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17856
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16328
    Apr 03, 2021

ବିଶେଷ

  • ଏପରି ନିଅନ୍ତୁ ନିଜର ଯତ୍ନ

    13623
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13827
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16015
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15961
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14578
    Apr 25, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15366
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15101
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15596
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13906
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15616
    Apr 30, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    13623
    May 01, 2026
  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା: ରାଜନାଥ

    15449
    Apr 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In