ଧବଳେଶ୍ଵରଙ୍କ ପୀଠରେ ଗଜଭୋଗ ଓ ତରଣ ପ୍ରସାଦ ପାଇଲେ ଭକ୍ତ
କଟକ: ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ। ରାତି ୨ଟାରୁ ମନ୍ଦିର ଦ୍ଵାରଫିଟା ଯାଇ ମଙ୍ଗଳ ଆଳତୀ କରାଯିବା ସହ ୧୦୮ ଗରା ଜଳରେ ମହାଦେବଙ୍କୁ ମହାସ୍ନାନ କରାଯାଇ ସମସ୍ତ ରୀତିନୀତି ପରେ ଭକ୍ତ ମାନଙ୍କୁ ବାବାଙ୍କ ଦର୍ଶନ ପାଇଁ ଛଡାଯାଇଥିଲା। ହରିହର ବେଶରେ ଭକ୍ତମାନେ ବାବାଙ୍କୁ ଦର୍ଶନ କରୁଛନ୍ତି। ମଧ୍ୟରାତ୍ରରେ ଗଜଭୋଗ ପାଇବା ପରେ ହଜାର ହଜାର ଶ୍ରଦ୍ଧାଳୁ ରାତି ସାରା ଉଜାଗର ରହି ଆଜି ଭୋରରୁ ପ୍ରସିଦ୍ଧ ଗଜଭୋଗ ଏବଂ ତରଣ ପ୍ରସାଦ ପାଇଛନ୍ତି। ଏଥିପାଇଁ ପୂଜକଙ୍କ ପକ୍ଷରୁ ଭୋଗ ବିକ୍ରିର ବ୍ୟବସ୍ଥା କରାଯାଇଛି। ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ପୁଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସକାଳୁ ବ୍ୟାରିକେଡରେ ଯାଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି।
Powered by Froala Editor