ରେଳ ଧାରଣାରେ ପଡିଛି ମହିଳାଙ୍କ ମୁଣ୍ଡ ଗଣ୍ଡି
ଟିଟିଲାଗଡ଼: ଟିଟିଲାଗଡ଼ କେସିଙ୍ଗା ରେଳରାସ୍ତାର କୁମୁଡିପଦର ଠାରେ ଅଭାବନୀୟ ଘଟଣା ଘଟିଛି। ରେଳ ଧାରଣାରୁ ଜଣେ ମହିଳାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ମୁଣ୍ଡ ଅଲଗା ହୋଇ ରେଳ ଧାରଣାରେ ପଡି ରହିଥିବା ଦେଖିବାକୁ ମିଳିଛି। ଖବର ପାଇ ଟିଟିଲାଗଡ଼ ଜିଆରପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ମହିଳାଙ୍କ ବୟସ ୩୫ରୁ ୪୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି।
Powered by Froala Editor