ରାହୁଲ ଗାନ୍ଧୀଙ୍କ ବିରୋଧରେ ଇସିଙ୍କୁ ଫେରାଦ ହେଲା ବିଜେପି
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେପି। ସୋମବାର ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗରେ ଦାବି କରାଯାଇଛି ଯେ ରାହୁଲ ଗାନ୍ଧୀଙ୍କୁ ପ୍ରଚାରରୁ ନିବୃତ୍ତ କରାଯାଉ। ଏହା ମଧ୍ୟ ଦାବି କରିଛି, ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ୍ ।
ଭାରତୀୟ ସମ୍ବିଧାନକୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ରାହୁଲ ଗାନ୍ଧି ମିଛର ପ୍ରଚାର କରୁଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ସେ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି।
ନିର୍ବାଚନୀ ରାଲିରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ବିଜେପି ଏସସି ଏବଂ ଏସଟି ଲୋକଙ୍କୁ ଚାକିରିରେ ସଂରକ୍ଷଣ ଦେଇନାହିଁ। ରାହୁଲ ଗାନ୍ଧୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଯଦି ଆମେ ସମସ୍ତ ଶିଳ୍ପ ଏବଂ ଚାକିରିକୁ ଦେଖିବା, ତେବେ ଏସସି-ଏସଟି ସମ୍ପ୍ରଦାୟର ଲୋକମାନେ ସେଠାରେ ଦେଖାଯିବେ ନାହିଁ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଦେଖାଯିବେ ନାହିଁ ଏବଂ ଗରିବ ବିଭାଗର ଲୋକଙ୍କୁ ମଧ୍ୟ ସ୍ଥାନ ମିଳୁନାହିଁ।
ଏନେଇ ବିଜେପିର ଗୋଟିଏ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)କୁ ଭେଟିଛି। ସିଇଓଙ୍କ ଜରିଆରେ ଇସିଆଙ୍କ ନିକଟରେ ଅଭିଯୋଗ କରାଯାଇଛି। ରାହୁଲ ଗାନ୍ଧି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି।
Powered by Froala Editor