ପାଗଳ ଷଣ୍ଢ ଆକ୍ରମଣରେ ବୃଦ୍ଧ ମୃତ

କଟକ: କଟକ ବିଡାନାସୀ ଥାନା ଭୁଆସୁଣୀ ପଠାରେ ଅଭାବନୀୟ ଘଟଣା ଘଟିଛି। ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ସକାଳେ ବୃଦ୍ଧ ଜଣକ କୌଣସି କାମରେ ଭୁଆସୁଣୀ ପଠାକୁ ଯାଇଥିଲେ। ଏହି ସମୟରେ ଏକ ପାଗଳ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧ ଜଣକ ତଳେ ପଡିଯାଇଥିଲେ। ପରେ ଷଣ୍ଢଟି ନିଜ ଶିଙ୍ଗରେ ବାରମ୍ବାର ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧ ଙ୍କର ମୃତ୍ୟୁ ଘଟିଛି। ମୃତକ ବିଡାନାସୀ ଅଞ୍ଚଳର ବୋଲି ଜଣାପଡିଛି। ରବିବାର ମଧ୍ୟ ଷଣ୍ଢଟି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ସିଏମସି ପକ୍ଷରୁ ପାଗଳ ଷଣ୍ଢଟିକୁ କାବୁ କରାଯାଇଥିବା ସୂଚନା ମିଳିଛି।
Powered by Froala Editor