ଚାଉଳ ଦେବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଜଣେ ଗିରଫ

ଭୁବନେଶ୍ବର: ଚାଉଳ ଦେବାକୁ ଡାକି ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତ ଯୋଗାଣ ସହାୟକ ଗିରୀଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ତଥା ଯୋଗାଣ ସହାୟକଙ୍କ ସହଯୋଗୀ ଏବେ ବି ଫେରାର ରହିଛି।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ବୁଦୁଲା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ବୁଦୁଲା ଯୋଗାଣ ସହାୟକ ଏବଂ ସହଯୋଗୀ ପୀଡ଼ିତାଙ୍କୁ ଚାଉଳ ଦେବାକୁ ଡକାଇଥିଲେ। ପୀଡ଼ିତା ପହଞ୍ଚିବା ପରେ ସେମାନେ ତାଙ୍କ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଭିଡିଓ ସେମାନେ ମୋବାଇଲରେ କଏଦ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଭିଡିଓକୁ ଭାଇରାଲ କରିଦେଇଥିଲେ। ଏ ସମ୍ପର୍କରେ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ଦ୍ଵୟ ଫେରାର ଥିବାରୁ ସେମାନଙ୍କୁ ଧରିବା ଲାଗି ପୁଲିସ ସ୍ଵତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।
ଘଟଣା ବିଷୟରେ ମୁଖ୍ୟ ଯୋଗାଣ ଅଧିକାରୀ ଖବର ପାଇବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦେଶ ଦେଇଥିଲେ।
Powered by Froala Editor