Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ କରି ...

  • ୭୮ଟି ସାହସିକତା ପୁରସ୍କାରକୁ ...

  • ପ୍ରଥମ ଥର: ଲାଲ୍‌କିଲ୍ଲାରେ ଗାୟନ କରାଯିବ ...

  • ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ...

  • କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ...

  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

  • ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ...

  • ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ...

  • ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ...

  • ଆମେରିକୀୟ ସେନା ହେଲିକପ୍ଟର ...

ରାଜ୍ୟ
Home ›› ରାଜ୍ୟ ››ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

2024-11-10 12:34:19
15136
Share:
Facebook
Twitter
E-Mail
WhatsApp
Telegram
ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ ରେ ପରିଣତ କରାଯିବ । ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ।


ଏହା ସହିତ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଅନୁରୋଧ କରିଥିଲେ।

    

    ସୂଚନାଯୋଗ୍ୟ ଯେ, ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଛନ୍ତି। 

    

    ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପୁଷ୍ଟିଶସ୍ୟ ଓ ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀଅନ୍ନ’ ଭାବେ ନାମିତ କରିଛନ୍ତି। ପୁଷ୍ଟିଶସ୍ୟ ବା ଶ୍ରୀ ଅନ୍ନ ଜାତୀୟ ଫସଲ ଆମ ରାଜ୍ୟ କୃଷିର ଏକ ଅଭିନ୍ନ ଅଂଶବିଶେଷ। ଜଳବାୟୁ ସହିଷ୍ଣୁତା ଗୁଣ ସହ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଗୁଡିକ ପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗରୁତ୍ୱପୂର୍ଣ୍ଣ ଅଟେ। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଶ୍ରୀଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି, ଏବଂ ଆଜି ସାରା ଓଡିଶାରେ ଶ୍ରୀଅନ୍ନ ଚାଷ ହେଉଛି। ପ୍ରାୟ ୧୭୭ ବ୍ଲକରେ ଏହି ଚାଷକୁ ସମ୍ପ୍ରସାରଣ କରାଯାଇଛି। 


ପୁଷ୍ଟିଶସ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତରେ ପ୍ରାୟ ୧୪ ପ୍ରକାର ପୁଷ୍ଟିଶସ୍ୟ ଶ୍ରୀଅନ୍ନ ଭାବେ ମାନ୍ୟତା ପାଇଛି। ସେଥି ମଧ୍ୟରୁ ବାଜରା, ଜୱାର, ମାଣ୍ଡିଆ ସବୁଠାରୁ ଅଧିକ ଆଦୃତ। ଓଡିଶାରେ ମାଣ୍ଡିଆ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ସୁଆଁ, କାଙ୍ଗୁ, କୋଦ, ଜହ୍ନା ପରି ଅନ୍ୟାନ୍ୟ ପୁଷ୍ଟିଶସ୍ୟ  ଫସଲ ମଧ୍ୟ ବହୁଳ ଭାବେ ଚାଷ କରାଯାଉଛି। ଏହିସବୁ ପୁଷ୍ଟିଶସ୍ୟ ଗ୍ଲୁଟେନମୁକ୍ତ, ଅଧିକ ସ୍ନେହସାର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବହୁତ କମ୍ ଗ୍ଲାଇସେମିକ୍ ସୂଚକାଙ୍କ ଧାରକ ହୋଇଥିବା ଯୋଗୁ ଏହା ମଧୁମେହ ରୋଗ ପ୍ରତିରୋଧ କରିବା ସହିତ ରକ୍ତ ଶର୍କରା ପରିଚାଳନାରେ ମଧ୍ୟ ସାହଯ୍ୟ କରିଥାଏ। ଶ୍ରୀଅନ୍ନ ଗୁଡିକ କର୍କଟ ରୋଗ, ରକ୍ତହୀନତା, ଭିଟାମିନ ‘ବି’ର ଅଭାବ ଦୂର କରିବା ଦିଗରେ ପ୍ରତିଷେଧକ  ଭାବେ କାମ କରିଥାଏ। ଏହିସବୁ ଉତ୍କୃଷ୍ଟ ଗୁଣ ଯୋଗୁ ଶ୍ରୀଅନ୍ନ ଏକ ସୁପରଫୁଡର ମାନ୍ୟତା ପାଇଛି। 


ବର୍ତ୍ତମାନ ଆମ ସରକାର ଶ୍ରୀଅନ୍ନ ର ଅଧିକ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡିବ। ମାଣ୍ଡିଆକୁ ସ୍ୱାଦିଷ୍ଟ କରିବା ପାଇଁ ନୂଆ ନୂଆ ପ୍ରକାର ବ୍ୟଞ୍ଜନ ଓ ନୂଆ ପ୍ରକାର ବ୍ୟଞ୍ଜନ ଶୈଳୀକୁ ଘରେ ଘରେ ପହଞ୍ଚାଇବା ପାଇଁ ଫୁଡ୍ ବ୍ଲଗରମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।


ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଓଡିଶାରେ ମାଣ୍ଡିଆ ଚାଷକୁ ଆମ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡିଶା ମାଣ୍ଡିଆ ଆନ୍ଦୋଳନର ଦୁଇ ପ୍ରମୁଖ ମହିଳା ଚାଷୀ ହେଉଛନ୍ତି, କୋରାପୁଟ ଜିଲ୍ଲାର ରାଇମତୀ ଘୁରିଆ ଏବଂ ମୟୁରଭଞ୍ଜ ଜିଲ୍ଲାର ସୁବାଷା ମହନ୍ତ। ସେମାନେ ନିଜ ନିଜ ପ୍ରଚେଷ୍ଟାରେ ଏହାର ଅଭିବୃଦ୍ଧି କରିବା ସହିତ ମାଣ୍ଡିଆ କିପରି ଏକ ଚାଷୀର ଆର୍ଥିକ ଅବସ୍ଥାକୁ ବଦଳେଇ ଦେଇପାରେ ତାକୁ ପ୍ରମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁଇ ମହିଳାଙ୍କୁ ଜି-୨୦ ସମ୍ମିଳନୀରେ ଶ୍ରୀଅନ୍ନ ଚାଷର ବ୍ରାଣ୍ଡ ଆମ୍ବାସଡର କରିଥିଲେ। ପୋଷକତତ୍ତ୍ୱରେ ଭରପୁର ଏହି ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର କରିବା ଦିଗରେ ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ ଏବଂ ରାୟଗଡା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ Best Millet Farmer ଭାବେ କଳାହାଣ୍ଡିର ସିତାରାମ କରକର୍ଲା, ଗଜପତିର ସାରଙ୍ଗ ସବର, ବଲାଙ୍ଗୀରର ଗୋଲାପ ବିଶି, Best Custodian Farmer ଭାବେ ନୂଆପଡାର ଲିଳାମ୍ବର ମାଝୀ, ସୁନ୍ଦରଗଡର ଜାକ୍ରିଆସ କଣ୍ଡୁଲନା ଓ ସମ୍ବଲପୁରର ଦେବବ୍ରତ ପ୍ରଧାନ, Best Forgotten Food Champion ଭାବେ କଳାହାଣ୍ଡିର କୌଶଲ୍ୟା ଗୌଡ, ବରଗଡର ରେଣୁକା ଦଂଶନ, ମୟୁରଭଞ୍ଜର ମଞ୍ଜୁଲତା ମହନ୍ତ ଏବଂ Special Awardee ଭାବେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଏହି ଅବସର ରେ ବିଲୁପ୍ତ ପ୍ରାୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ପ୍ରକାର ପୁଷ୍ଟି ଶସ୍ୟ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ।


କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଆମ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ  ବିସ୍ମୃତ ଶସ୍ୟର ଉତ୍ପାଦନ କରି ଏହାକୁ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି। ଆମେ ଖାଉଥିବା ଖାଦ୍ୟ ଠାରୁ ଏହା ଅଧିକ ପୋଷକ ଓ ଭିଟାମିନଯୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମିଲେଟ ଜାତୀୟ ଶସ୍ୟର ପୁନରୁଦ୍ଧାର ହୋଇଛି। ଆମ ସମସ୍ତଙ୍କୁ ଏହି ପୋଷକଯୁକ୍ତ ଖାଦ୍ୟକୁ ଆମ ଖାଦ୍ୟ ଶୃଙ୍ଖଳରେ ସାମିଲ କରିବାକୁ ପଡିବ।


ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ବିବିଧକରଣର ଆବଶ୍ୟକତା ବଢିଛି। ଶ୍ରୀଅନ୍ନକୁ ଭବିଷ୍ୟତର ଖାଦ୍ୟ ରୂପେ ଉଲ୍ଲେଖ କରି ଆଗାମୀ ଦିନରେ ଏହାର  ବହୁଳ ବ୍ୟବହାର ଦୃଷ୍ଟିରୁ ପାରମ୍ପରିକ ପଦ୍ଧତି ସହ ବୈଜ୍ଞାନିକ ଜ୍ଞାନକୈଶଳ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଏମ୍‌ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ସୌମ୍ୟା ସ୍ୱାମୀନାଥନ କହିଥିଲେ ଯେ, ବିସ୍ମୃତ ଏବଂ କ୍ଷୁଦ୍ର ଶସ୍ୟ ପୁନରୁଦ୍ଧାର ପାଇଁ ଏହି ସମ୍ମିଳନୀ ଏକ ସମୟପଯୋଗୀ ପଦକ୍ଷେପ। ଓଡିଶାରେ ବିବିଧ ଖାଦ୍ୟ ରୁଚି ରହିଛି। ଯାହାର ଉଦାହରଣ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଛପନଭୋଗ। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦେଶର ଦୁଇଟି କୃଷି ଐତିହ୍ୟସ୍ଥଳ ମଧ୍ୟରେ ଓଡିଶାର କୋରାପୁଟ ସ୍ଥାନିତ ହୋଇଛି। ଅନ୍ୟଟି କେରଳ। ଓଡିଶାରେ ଶ୍ରୀଅନ୍ନର ଚାଷ ଓ ସଂରକ୍ଷଣ ପାଇଁ ମହିଳା ଚାଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବହୁ ଖାଦ୍ୟଗୁଣ, ଭିଟାମିନଯୁକ୍ତ ଏହି କ୍ଷୁଦ୍ର ଶସ୍ୟ ଗୁଡିକର ପ୍ରଚାର ପ୍ରସାର ଏବଂ ବହୁଳ ବ୍ୟବହାର ପାଇଁ ସମସ୍ତେ ଶ୍ରୀଅନ୍ନ ଅଭିଯାନରେ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ। 


ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ କହିଥିଲେ ଯେ, ଗ୍ରିନ ରିଭୋଲ୍ୟୁସନ ଆସିବା ଦ୍ୱାରା ସାରା ବିଶ୍ୱରେ ଖାଦ୍ୟ ପଦାର୍ଥ ଉପରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଜୈବିକ କୃଷିକୁ ପ୍ରାଧାନ୍ୟ ଦିଆଯାଉଛି। ସମଗ୍ର ବିଶ୍ୱ ଆଜି ପୋଷଣକୁ ନେଇ ଚିନ୍ତିତ ଅଛି। ମିଲେଟ ଜାତୀୟ ଫସଲ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ମିଲେଟ ଉଭୟ ଭାରତ ଓ ଆଫ୍ରିକାରେ ଚାଷ ହୋଇଥାଏ। ଓଡିଶାରେ ମାଇନର ମିଲେଟର ଅଭିବୃଦ୍ଧି ପାଇଁ ଯାହାସବୁ ଆବଶ୍ୟକ ତାହା ରହିଛି। ଆମକୁ ଏହି ଚାଷକୁ ଆଗେଇ ନେବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଦେଇଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ୭୮ଟି ସାହସିକତା ପୁରସ୍କାରକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପ୍ରଦାନ
    ଦେଶ-ଦେଶାନ୍ତର

    ୭୮ଟି ସାହସିକତା ପୁରସ୍କାରକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପ୍ରଦାନ

    14116
    Aug 15, 2026
  • ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ଆବର୍ଜନା ଜମା
    ଦେଶ-ଦେଶାନ୍ତର

    ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ଆବର୍ଜନା ଜମା

    14048
    Aug 13, 2026
  •  ପ୍ରଥମ ଥର: ଲାଲ୍‌କିଲ୍ଲାରେ ଗାୟନ କରାଯିବ ବନ୍ଦେ ମାତରମ୍‌
    ଦେଶ-ଦେଶାନ୍ତର

    ପ୍ରଥମ ଥର: ଲାଲ୍‌କିଲ୍ଲାରେ ଗାୟନ କରାଯିବ ବନ୍ଦେ ମାତରମ୍‌

    13762
    Aug 15, 2026
  • ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ କରି ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ...
    ଦେଶ-ଦେଶାନ୍ତର

    ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ କରି ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ...

    15177
    Aug 15, 2026
  • କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ
    ଦେଶ-ଦେଶାନ୍ତର

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ

    13565
    Aug 14, 2026
  • ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ,  ୧୮ତମ ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ, ୧୮ତମ ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ

    14155
    Aug 14, 2026
  • ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15743
    Aug 13, 2026
  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

    15350
    Aug 14, 2026
  •  ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ...
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ...

    14300
    Aug 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

    14300
    Aug 14, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

    15350
    Aug 14, 2026
  • ଦେଶ-ଦେଶାନ୍ତର

    ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ଆବର୍ଜନା ଜମା

    14048
    Aug 13, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17030
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17644
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17695
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18096
    Sep 06, 2023

ବିଶେଷ

  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14535
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14532
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14370
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15948
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16362
    Aug 02, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14048
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14360
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15264
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14635
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ କରି ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

    15177
    Aug 15, 2026
  • ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

    14300
    Aug 14, 2026
  • ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ଘଟଣା : ଜଷ୍ଟିସ୍ ଯଶୱନ୍ତ ବର୍ମା ଦୋଷୀ

    13901
    Aug 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In