ଏଲିଜାବେଥ୍ଙ୍କ ବିବାହ କେକ୍ ହେଲା ନିଲାମ, କେତେ ଟଙ୍କାରେ ଜାଣନ୍ତୁ ?
ଲଣ୍ଡନ: ବ୍ରିଟେନର ପରଲୋକଗତ ମହାରାଣୀ ଏଲିଜାବେଥ ଦ୍ବିତୀୟ ୧୯୪୭ ନଭେମ୍ବର ୨୦ରେ ପ୍ରିନ୍ସ ଫିଲିପକୁ ବିବାହ କରିଥିଲେ। ରାଣୀ ଏଲିଜାବେଥ୍ଙ୍କ ବିବାହ ସମୟରେ ବ୍ୟବହୃତ ହୋଇଥିବା କେକ୍ର ଏକ ଅଂଶ ୨.୪୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡିଛି। ୭୭ ବର୍ଷ ତଳର ଏହି କେକ୍କୁ ବୈଜ୍ଞାନିକ ପଦ୍ଧତିରେ ସାଇତା ଯାଇଥିେଲ ସୁଦ୍ଧା ଏହା ଆଦୌ ଖାଦ୍ୟୋପଯୋଗୀ ନୁହେଁ ବୋଲି କୁହାଯାଇଛି। ନିଲାମକାରୀ ସଂସ୍ଥା ରିମାନ ଡାନ୍ସି ପକ୍ଷରୁ କୁହାଯାଇଛି ଯେ ଏହି କେକ୍ର କଟାଅଂଶକୁ ବକିଙ୍ଗହାମ୍ ରାଜପ୍ରସାଦ ପକ୍ଷରୁ ସେତେବେଳେ ମାରିଅନ୍ ପୋଲସନ୍ ନାମକ ବ୍ୟକ୍ତିଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ପୋଲସନ ସ୍କଟଲାଣ୍ଡର ଏଡିନବର୍ଗସ୍ଥିତ ହୋଲିରୁଡ୍ ହାଉସର ତତ୍ତ୍ବାବଧାରକ ଦାୟିତ୍ବ ତୁଲାଉଥିଲେ। ୨୦୨୨ ସେପ୍ଟେମ୍ବର ୮ରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ଘଟିଥିଲା।
Powered by Froala Editor