ଆଜି ପବିତ୍ର ଅଁଳା ନବମୀ, ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ଆଜି ପବିତ୍ର ଅଁଳା ନବମୀ। ପୁରୀ ସାକ୍ଷୀଗୋପାଳଜୀଉ ମନ୍ଦିରରେ ରାଧାରାଣୀଙ୍କ ଓଡିଆଣୀ ବେଶ ସାଙ୍ଗକୁ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ବର୍ଷକରେ ଦିନଟିଏ ରାଧାରାଣୀଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କର ଭିଡ ଜମେ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ଵରେ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ସେପଟେ ଠାକୁରଙ୍କ ସଅଁଳ ନୀତିକାନ୍ତି ସହ ଶୀଘ୍ର ବେଶ ସାରିବାକୁ ସେବାୟତଙ୍କୁ ପ୍ରଶାସନ ନିବେଦନ କରିଛି।
Powered by Froala Editor