ଟି-ସାର୍ଟରେ ଲରେନ୍ସ ବିଷ୍ଣୋଇ ଫଟୋ, ଫସିଲା ମିଶୋ
ଲରେନ୍ସ ବିଷ୍ଣୋଇ ହେଉଛି ଜଣେ ଗ୍ୟାଙ୍ଗଷ୍ଟର । ଯାହା ବିରୋଧରେ କେବଳ ପଞ୍ଜାବରେ ୭୦ରୁ ଅଧିକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଆତଙ୍କବାଦ ବିରୋଧୀ ଆଇନ ୟୁଏପିଏ ଅଧୀନରେ ମଧ୍ୟ ଚାରୋଟି ମାମଲା ରହିଥିବା ଜଣାଯାଇଛି। ଜେଲରେ ରହି ସେ ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ ହତ୍ୟା କରିସାରିଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ରହିଛି ଏବଂ ତାଙ୍କ ନାମରେ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦିଆଯାଇଥିବା ଖବର ଆସିଛି।
ଏହା ସତ୍ତ୍ବେ ଏବେ ତା’ର ଫଟୋ ଟି-ସାର୍ଟରେ ନଜର ଆସିଛି। ଲରେନ୍ସର ଫଟୋ ଥିବା ଟି-ସାର୍ଟ ଏବେ ମିଶୋରେ ବିକ୍ରି ହେଉଥିବା ନେଇ ଖବର ମିଳିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।
ବେଙ୍ଗାଲୁରୁ ଭିତ୍ତିକ ଇ-କମର୍ସ କମ୍ପାନି ମିଶୋ, ଲରେନ୍ସ ବିଷ୍ଣୋଇର ଫଟୋ ଥିବା ଟି-ସାର୍ଟ ବିକ୍ରିକୁ ନେଇ ବିବାଦ ଘେରକୁ ଆସିଛି। ଏହି ଟି-ସାର୍ଟ ବଡ଼ ପିଲାଙ୍କ ସହ ଛୋଟ ପିଲାଙ୍କ ପାଇଁ ବି ଉପଲବ୍ଧ ଥିବା ଜାଣି ଏଭଳି କରି ଅପରାଧୀ ଲରେନ୍ସ ବିଷ୍ଣୋଇର କାମକୁ ମିଶୋ ସମର୍ଥନ କରୁଥିବା ନେଇ ଲୋକେ ଦାବି କରିଛନ୍ତି। ସାମ୍ବାଦିକ ଅଲିଶାନ୍ ଜାଫ୍ରେ ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣିବା ପରେ ଏବେ ଏହା ଉପରେ ଚର୍ଚ୍ଚା ଜୋର ଧରିଛି।
ଜାଫ୍ରେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଏହା ହେଉଛି ଦେଶର ଲାଟେଷ୍ଟ ଅନଲାଇନ କଟ୍ଟରପନ୍ଥ। ଏହା ଅତ୍ୟନ୍ତ ବିପଜ୍ଜନକ ଯେ ଗ୍ୟାଙ୍ଗଷ୍ଟରର ଛବି ଥିବା ଏକ ଟି-ସାର୍ଟ ଅନଲାଇନରେ ବିକ୍ରି ହେଉଛି ଏବଂ ଏହା ଉପରେ ଗ୍ୟାଙ୍ଗଷ୍ଟର ସହିତ ପିଲାମାନଙ୍କ ଟି-ସାର୍ଟ ବିକ୍ରି ହେଉଛି।
Powered by Froala Editor