ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଉଡ଼ାଣ କଟକଣା
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସବୁଠି ହଇଚଇ ସୃଷ୍ଟି କରିଥିବାବେଳେ ଆଗକୁ ଆସୁଛି ତୃତୀୟ ଲହର । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଇଛି । ଉକ୍ତ କଟକଣା ମଧ୍ୟରେ ବିମାନ ଉଡ଼ାଣ କଟକଣା ଅନ୍ୟତମ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି ରହିଥିବାବେଳେ ଏହାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୋଭିଡ-୧୯ ପାଇଁ ଉଭୟ ଦାରତକୁ ଓ ଭାରତରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଥିବା କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ତେବେ କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ । ଡିଜିସିଏ ଅନୁମତି ନେଇ ସ୍ୱତନ୍ତ୍ର ଭାବେ ବିମାନ ଯାତ୍ରା କରିପାରିବ । ବୋଲି କୁହାଯାଇଛି ।
Powered by Froala Editor