ବାଙ୍କେ ବିହାରୀ ମନ୍ଦିରରେ ଚରଣ ଅମୃତ ଭାବି ଶ୍ରଦ୍ଧାଳୁ ପିଇଲେ ଏସି ପାଣି
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ବୃନ୍ଦାବନ ଅଞ୍ଚଳର । ଉତ୍ତରପ୍ରଦେଶ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଶ୍ରଦ୍ଧାଳୁମାନେ ଏସିରୁ ନିର୍ଗତ ହେଉଥିବା ପାଣିକୁ ଚରଣ ଅମୃତ ଭାବି ସେବନ କରିଛନ୍ତି । ଶ୍ରଦ୍ଧାଳୁ ମାନେ ଧାଡି ବାନ୍ଧି କପରେ ଏସି ପାଣି ପିଉଥିବା ଭିଡିଓରେ ଦେଖିପାରିବେ ।ଭିଡିଓ କରୁଥିବା ଜଣେ ବ୍ୟକ୍ତି ଏହା ଲୋକଙ୍କୁ କହିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ଲୋକେ ଭିଡିଓ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।
Powered by Froala Editor