ଆଇନମନ୍ତ୍ରୀଙ୍କ ସୂଚନା: ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ
ଭୁବନେଶ୍ୱର: ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନଥିବା ଜଣାପଡ଼ିଛି । ଏନେଇ ଆମେ ଚୂଡ଼ାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ । ଏଥିସହ ଆସନ୍ତା ନୂଆ ବର୍ଷରୁ ରତ୍ନଭଣ୍ଡାରର ଗଣତି ମଣତି କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ସେହିପରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲାଗି ରହିଛି । କାର୍ତ୍ତିକ ପରେ ମରାମତି କରାଯିବ । ରତ୍ନଭଣ୍ଡାରରେ ଫାଟ ଥିବା ସ୍ପଷ୍ଟ ହୋଇଛି । କାର୍ତ୍ତିକ ପରେ ଏଏସଆଇ ମରାମତି କରିବ । ମରାମତି ପରେ ଅଳଙ୍କାରର ଗଣତି ମଣତି କରାଯିବ ।
ପ୍ରକାଶ ଯେ ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସେ ନେଇ ସର୍ଭେ ହୋଇଥିଲା ।। ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପୂର୍ବରୁ କହିଥିଲେ । ୧୯୭୮ ମସିହା ଡାଟାବେସ ଅନୁଯାୟୀ ଅଳଙ୍କାର ମେଳ କରାଯିବ। ରତ୍ନଭଣ୍ଡାରର ହେବ ଯାଞ୍ଚ, ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ। ରତ୍ନ ଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା। ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ତାପରେ ହେବ ଗଣତି ମଣତି। ୧୯୭୮ ମସିହାରେ ପ୍ରସ୍ତୁତ ତାଲିକା ତଥ୍ୟ ସହ ମେଳକ ହେବ। ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି କାମ।
Powered by Froala Editor