ବିଜେଡି ଛାଡ଼ିଲେ ବରୀ ପୂର୍ବତନ ବିଧାୟିକା
ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି ଛାଡ଼ିଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସୁନନ୍ଦା ବରୀର ବିଧାୟକ ରହିଥିଲେ । ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ଦେଇଥିଲା ବିଜେଡି। ସେ ବିଜୟୀ ମଧ୍ୟ ହୋଇଛନ୍ତି।
୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରଥମ ଥର କ୍ଷମତାଚ୍ୟୁତ ହୋଇଥିଲା । ବିଧାନସଭା ନିର୍ବାଚନରେ ବିଜେଡି ୫୧ଟି ଆସନ ପାଇଁ ବିରୋଧୀ ଦଳ ଆସନରେ ବସିବା ସହିତ ବିଜେପି ୭୮ଟି ଆସନରେ ଜିତି ପ୍ରଥମ ଥର ରାଜ୍ୟରେ ସରକାର ଗଠନ କରିଥିଲା । ଏଭଳି ପରାଜୟ ପରେ ଦଳରେ ଅଣଦେଖା ହୋଇ ରହିଥିବା ଅଭିଯୋଗ କରି ସୁନନ୍ଦା ଦାସ ବିଜେଡି ଛାଡ଼ିଛନ୍ତି।
Powered by Froala Editor