୮ କୋଟି ପାଇଁ ସ୍ୱାମୀକୁ ମାରି ଜାଳିଦେଲା

କର୍ଣ୍ଣାଟକର ରୋଡ଼ାଗୁ ଜିଲ୍ଲାର ଏକ କଫି ପ୍ଲାଣ୍ଟରୁ ୩ ସପ୍ତାହ ତଳୁ ମିଳିଥିବା ଏକ ଅଜଣା ଦରପୋଡ଼ା ମୃତଦେହ ମିଳିବା ଘଟଣାକୁ ପୁଲିସ ପର୍ଦ୍ଦାଫାସ୍ କରିଛି । ମୃତକ ଜଣଙ୍କ ୫୪ ବର୍ଷୀୟ ରମେଶ । ଏହି ହତ୍ୟା ଘଟଣାରେ ପଛରେ ତାଙ୍କ ପତ୍ନୀ ନିହାରିକା, ତାର ପ୍ରେମିକ ନିଖିଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଅଙ୍କୁର ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ଟଙ୍କା ପାଇଁ ବ୍ୟବସାୟୀ ରମେଶଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ ଅକ୍ଟୋବର ୮ ତାରିଖରେ କର୍ଣ୍ଣାଟକର କୋଡାଗୁ ଜିଲ୍ଲରେ ଥିବା ଏକ କଫି ବଗିଚାରୁ ଏକ ଅଧା ଜଳା ଅଜ୍ଞାତ ଶବ ମିଳିଥିଲା। ମୃତଦେହକୁ ଚିହ୍ନିଟ କରିବାରେ ପୁଲିସ ବିଫଳ ହେବା ପରେ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ଗାଡ଼ି ଯାଞ୍ଚ କରିବା ପାଇଁ ସିସିଟିଭି ଫୁଟେଜ ସ୍କାନ କରିବା ଆରମ୍ଭ କରିଥିଲା । ଏକ ଲାଲ୍ ମର୍ସିଡିଜ୍ ବେଞ୍ଜ୍ ପୁଲିସର ସଦେହଘେରକୁ ଆସିଥିଲା । ଏହି କାରଟି ରମେଶ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା । ରମେଶଙ୍କ ପତ୍ନୀ କିଛିଦନ ତଳେ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତେଲେଙ୍ଗାନା ପୁଲିସ ସହିତ ଯୋଗାଯୋଗ କରିଥିଲା ଯେଉଁଠାରେ କାର ପଞ୍ଜିକୃତ ହୋଇଥିଲା।
ଅନୁସନ୍ଧାନରୁ ରମେଶଙ୍କ ପତ୍ନୀ ୨୯ ବର୍ଷୀୟ ପି. ନିହାରିକାଙ୍କ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା । ପୁଲିସ ନିହାରିକାଙ୍କୁ ଗିରଫ କରି ପଚରାଉଚରା କରିବାରୁ ରମେଶଙ୍କୁ ହତ୍ୟା କରିଥିବା ସେ ସ୍ଵିକାର କରିଥିଲା । ନିହାରିକା ହତ୍ୟାକାଣ୍ଡରେ ତାର ସହଯୋଗୀ ନିଖିଲ ଓ ଅଙ୍କୁରକୁ ସାମିଲ୍ କରିଥିଲା ।
ପୁଲିସ କହିବା ମୁତାବକ, ନିହାରିକା ହେଉଛନ୍ତି ବ୍ୟବସାୟୀ ରମେଶଙ୍କର ଦ୍ୱିତୀୟ ପତ୍ନୀ। ରମେଶ ତାଙ୍କୁ ଖୁବ ଭଲ ପାଉଥିଲେ। ତେବେ ଦିନକୁ ଦିନ ତାଙ୍କର ଡିମାଣ୍ଡ ବଢ଼ି ଚାଲିଛି। ଶେଷରେ ନିହାରିକା ରମେଶଙ୍କଠାରୁ ୮ କୋଟି ଟଙ୍କା ମାଗିଥିଲେ। କିନ୍ତୁ ସେ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ରାଗିଯାଇ ଅକ୍ଟୋବର ୧ ତାରିଖରେ ନିହାରିକା ନିଜ ପ୍ରେମୀ ତଥା ପଶୁ ଡାକ୍ତର ନିଖିଲ ଓ ତାଙ୍କ ସାଥୀ ଅଙ୍କୁର ରାଣାଙ୍କ ସହ ମିଶି ସ୍ୱାମୀ ରମେଶଙ୍କୁ ହତ୍ୟା କରିଥିଲେ। ଏହା ପରେ ତିନିଜଣ ମୃତଦେହକୁ କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଏକ କଫି ବଗିଚାକୁ ନେଇଥିଲେ। ସେଠାରେ ଶବକୁ ପ୍ରଥମେ ଏକ କମ୍ବଳରେ ଘୋଡାଇ ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହରେ ନିଆଁ ଲଗାଇ ଦେଇଥିଲେ।
Powered by Froala Editor