ଅମାନିଆଙ୍କୁ ସାବାଡ କରିବା ପାଇଁ ନୂଆ ଫଣ୍ଡା : ପୁଲିସ ପିନ୍ଧିବେ ବଡି କ୍ୟାମେରା
ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୁଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି ଥାନା ରିସେପ୍ସନ ଦାୟିତ୍ୱରେ ଥିବା ଅଧିକାରୀ ବଡି କ୍ୟାମେରା ପିନ୍ଧିବେ। ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ସବୁ ଏହି କ୍ୟାମେରାରେ ରେକର୍ଡ ହେବ।
କେବଳ ଏତଲାକାରୀ ନୁହେଁ, ପୁଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ। ସେହି ତଥ୍ୟକୁ ତର୍ଜମା କରାଯିବ। କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି। ଏଥିପାଇଁ ନୂତନ ଜ୍ଞାନ କୌଶଳ ଆପଣାଇବାକୁ ଚେଷ୍ଟା କରାଯାଉଛି। ପାନିକ୍ ବଟନ ଦବାଇବା ମାତ୍ରେ ଅଭାବନୀୟ ଘଟଣା ସବୁ ରେକର୍ଡ ହେବ।
ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ସେବା କମିଶନରେଟ୍ ପୁଲିସ ଆରମ୍ଭ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।
Powered by Froala Editor