ଥାନାରେ ଆମାନିଆଙ୍କୁ ସାବାଡ୍ କରିବ ବଡି କ୍ୟାମେରା
ଥାନା ଅଭ୍ୟର୍ଥନା କକ୍ଷ ଦାୟିତ୍ଵରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା। ଥାନାକୁ ଆସି ଗଣ୍ଡଗୋଳ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଭିଡିଓ ଏବଂ ଅଡିଓ ଏଥିରେ ରେକର୍ଡ ହେବ। ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୁଲିସ। ଅମାନିଆଙ୍କୁ ସାବାଡ୍ କରିବାକୁ ଏହି ନୂଆ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ।
ତେବେ କେବଳ ଏତଲାକାରୀ ନୁହେଁ, ପୁଲିସର ବ୍ୟବହାର ମଧ୍ୟ ରେକର୍ଡ଼ ହେବ। ପାନିକ୍ ବଟନ ଦବାଇବା ମାତ୍ରେ ସମସ୍ତ ଘଟଣା ରେକର୍ଡ ହେବ ଏବଂ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟକୁ ସିଧାସଳଖ ପୁଲିସ କମିଶନର ଓ ଡିସିପି ଦେଖିବେ।
ନିକଟରେ ଭରତପୁର ଥାନା ଏବଂ ଖଣ୍ଡଗିରି ଥାନାରେ ଘଟିଥିବା ଘଟଣା ପରେ କମିଶନରେଟ ପୁଲିସ ପକ୍ଷରୁ ଏହି ଯୋଜନା କରାଯାଇଥିବା କୁହାଯାଉଛି।
Powered by Froala Editor