ଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା

ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ଗ୍ରହଣ କରିଥିବା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଣିକି କଟକ ଓ ଭୁବନେଶ୍ୱରର ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଥରେ ଆଇପି କ୍ୟାମେରା ଲାଗିବ । ଏନେଇ ଦ୍ୱୈତ ନଗରୀ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଆପାର୍ଟମେଣ୍ଟ ସୋସାଇଟ୍ ଏହା ନିଶ୍ଚିତ କରିବାକୁ କୁହାଯାଇଛି ।
କ୍ୟାମେରାରେ କଏଦ ହେଉଥିବା ସବୁ ତଥ୍ୟ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମକୁ ଦିଆଯିବ । ଏହି ଆଇପି କ୍ୟାମେରାର ସବିଶେଷ ତଥ୍ୟ ସଂକ୍ରାନ୍ତରେ ଏସିପି କେ.କେ ହରିପ୍ରସାଦଙ୍କ ମୋବାଇଲ ନମ୍ବର- ୭୬୦୬୦୬୬୭୬୬ରେ ଯୋଗାଯୋଗ କରିବେ ।
ଏନେଇ ପୁଲିସ କମିଶନର ଶ୍ରୀ ସିଂ କହିଛନ୍ତିଯେ, ଆମେ ଘଟଣାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରୁଛୁ । ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ରହିଅଛି, ଦୟାକରି ୭୦୭୭୭୯୮୧୧୧ ନମ୍ବରକୁ ହ୍ୱାଟସଆପ୍ କରନ୍ତୁ । ଗତ କିଛିମାସ ହେବ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଲୁଟ୍ ପାଟ୍ ମାମଲା ରୁଜୁ ହୋଇଥିବା ବେଳେ, ବିଭିନ୍ନ ଥାନା ପୁଲିସ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
Powered by Froala Editor