ରାଜଧାନୀରେ ବାଘ ଆତଙ୍କ

ରାଜଧାନୀ ଭୁବନେଶ୍ୱରରେ ବାଘ ଆତଙ୍କ । ଭୁବନେଶ୍ୱର ବିମାନବନ୍ଦର ନିକଟରେ ସ୍ଥାନୀୟ ଲୋକେ ବାଘ ଦେଖିବା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିମାନବନ୍ଦର ଡ୍ରମ୍ପିଙ୍ଗୟାର୍ଡ ନିକଟରେ କାମ କରୁଥିବା ସମୟରେ ବାଘକୁ ଦେଖିଥିବା ଲୋକେ କହିଛନ୍ତି ।
ସ୍ଥାନୀୟ ଅଞ୍ଚଳରେ ବାଘର ପାଦ ଚିହ୍ନ ମଧ୍ୟ ରହିଛି । ସକାଳ ୯ଟା ୨୯ ମିନିଟ୍ରେ ଜଣେ ମହିଳା ବାଘକୁ ଦେଖିବା ପରେ ଭୟର ବାତାବରଣ ଖେଳି ଯାଇଛି । ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ବାଘ କାବୁ ନହେବା ଯାଏଁ ଲୋକେ ସେହି ଅଞ୍ଚଳରେ କାମ ନକରିବାକୁ ଦାବି କରିଛନ୍ତି ।
ବାଘ ଧରିବାକୁ ବନ ବିଭାଗ ପକ୍ଷରୁ ପ୍ରଥମେ ଗୋଟିଏ ଯନ୍ତା ବସାଯାଇଥିବାବେଳେ ସନ୍ଧ୍ୟାରେ ଆଉ ଗୋଟିଏ ଯନ୍ତା ବସାଯାଇଛି। ଦୁଇଟି ଯାକ ଯନ୍ତାରେ କୁକୁଡ଼ାକୁ ଥୋପ ଭାବେ ରଖାଯାଇଛି। ବାଘ କୁକୁଡ଼ା ଖାଇବା ଲୋଭରେ ଯନ୍ତାକୁ ଆସିଲେ ଧରାପଡ଼ିବ ବୋଲି ବନ ବିଭାଗ ଏଭଳି ଯୋଜନା କରିଛି। ଏହା ସହିତ ବାଘ ଧରିବାକୁ ଜାଲ ବି ବିଛାଯାଇଛି।
Powered by Froala Editor